କୋରାପୁଟ

୪ ଜଣ ହିତାଧିକାରୀଙ୍କୁ ଅଟୋ ରିକ୍ସା ପ୍ରଦାନ

କୋରାପୁଟ ; ତା୨୭-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଦାମନଯୋଡି ଓ କୋରାପୁଟ ଏସବିଆଇ ତରଫରୁ ୧୦ ଜଣ ହିତାଧିକାରୀମାନଙ୍କୁ ରଣ ପ୍ରଦାନ କରିଥିବା ବେଳେ ଦାମନଯୋଡି ଅଂଚଳର ଦୀନବନ୍ଧୁ ଜାନି, ନୀର ଜାନି, ଅର୍ଜୁନ ଦାନି ଓ ଦାଙ୍ଗୁର ଜାନି ପ୍ରମୁଖ ୪ ଜଣ ହିତାଧିକାରୀଙ୍କୁ ଅଟୋରିକ୍ସା ପ୍ରଦାନ କରାଯାଇଛି।କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତ୍ତୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନୟନା ତାଡିଙ୍ଗୀ ଏସବିଆଇର ଆଂଚଳିକ ମ୍ୟାନେଜର ବିଶ୍ୱରଂଜନ ଆଚାର୍ଯ୍ୟ, କୋରାପୁଟ ଏସବିଆଇର ମୁଖ୍ୟ ମ୍ୟାନେଜର ଶରତ କୁମାର ଦେହୁରୀ, ଦାମନ ଯୋଡିର ମ୍ୟାନେଜର ସୁବାସ ଚନ୍ଦ୍ର ମହାରଣା, କୋରାପୁଟ ପିଏ ଆଇଡିଟିଏ ଡ. ମନୋରଂଜନ ନାୟକ, ଜୟପୁର ପିଏ ଆଇଟିଡିଏ ଜଗନ୍ନାଥ ସାରକା, କୋରାପୁଟ ତହସିଲଦାର ଏନ.ମାଝି ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଆଇଡିଟିଏ ହିତାଧିକାରୀ ଚୟନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଭ ଫଣ୍ଠରୁ ରଣ ପରିମାଣର ୧୫ ପ୍ରତିଶତ ଅର୍ଥ ପ୍ରଦାନ କରିଥିବା ବେଳେ ହିତାଧିକାରୀ ରଣ ପରିମାଣର ୧୦ ପ୍ରତିଶତ ବାନ୍ଧିଥିବା ଏସବିଆଇର ଆଂଚଳିକ ମ୍ୟାନେଜର ବିଶ୍ୱ ରଂଜନ ଆଚାର୍ଯ୍ୟ ସୂଚନା ଦେଇଥିଲେ।ଯୁବକ /ଯୁବତୀମାନଙ୍କୁ ଅତ୍ମନିର୍ଭରଶୀଳ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ କୋରାପୁଟ ଜିଲ୍ଲାର ୧୫ ଟି ଏସବିଆଇ ଶାଖାରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top