ଜିଲ୍ଲା ପରିକ୍ରମା

୪୮ଘଟାଂପରେ ଜଳଭଣ୍ଡାରରୁ ଡଙ୍ଗାବୁଡିରେ ୪ନିଖୋଜ ଙ୍କ ଶବ ଉଦ୍ଧାର

ମାଲକାନଗିରି,୧୨ା୯ (ଓଡିଆ ପୁଅ ) ଗତ ସୋମବାର ଅପରାହ୍ନରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ନିଖୋଜ ଥିବା ୪ଜଣଙ୍କ ଶବକୁ ଆଜି ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି । ଦୀର୍ଘ୪୮ଘଟାଂ ପରେ ଜଳଭଣ୍ଡାରରୁ ଉଦ୍ଧାର ହୋଇଥିବା ତନିଜଣ ମହିଳା ଓ ଜଣେ ତନିବର୍ଷର ଶିଶୁକନ୍ୟାଙ୍କ ମୃତଶରୀର କୁ ମାଛମାନେ ବିଭିନ୍ନ ସ୍ଥାନରେ ଖାଇଯାଇଥିବାରୁ ଶବଗୁଡିକ ପଚିଯାଇଥିବାର ଦେଖିବାକୁ ମିଳିଥିଲା ।ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳ ନାକାମାମୁଡି ପଚାଂୟତ କେନ୍ଦୁଗୁଡା ଗ୍ରାମର ସନ୍ୟାସି ଶିଶା(୫୦) ,ଦହନାଶିଶା(୪୦),ବୁଦ୍ରିଶିଶା(୭୦),ରାଧିକାଶିଶା(୨୫),ଚମ୍ପାଶିଶା(୨୦),ଲକ୍ଷ୍ମିଶିଶା(୧୫) ଓ ୩ବର୍ଷଝିଅ ତୁଲଶାଶିଶା ଏକ ହୁଲିଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ  ପାହଡ ଟାପୁରେଥିବା ଚାଷଜମିକୁ ଗତ ସୋମବାର ଦିନ  କାମକରିବାକୁ ଯାଇଥିଲେ । ସେମାନେ କାମସାରି  ନିଜ ଘରକୁ  ଡଙ୍ଗାରେ ଫେରୁଥିବା ବେଳେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାଟି ଭାରସାମ୍ୟହରାଇ ବୁଡିଯାଇଥିଲା । ଡଙ୍ଗାଟି ବୁଡିଯିବାରୁ ସନ୍ୟାସି ପହଁରି ପହଁରି ଡଙ୍ଗାଟିକୁ ଠାବକରି ସେହି ଡଙ୍ଗାପଟା ଦ୍ୱାରେ ଚମ୍ପା ଓ ଲକ୍ଷମ୍ିଙ୍କୁ ଉଦ୍ଧାର କରି ବହୁକଷ୍ଟରେ କୁଳକୁ ଆଣିଥିଲେ,ସେହି ଡଙ୍ଗାରେ ଥିବା ଶ୍ରୀମତୀ ଦହନା ଶିଶା(୪୦),ବୁଦ୍ରି ଶିଶା(୭୦),ରାଧିକା ଶିଶା(୨୫),ତୁଲଶା ଶିଶା(୩ବର୍ଷ) ଏମାନେ ଜଳଭଣ୍ଡାରରେ ବୁଡି ଯାଇ ନିଖୋଜ ଥିଲେ । ସେମାନଙ୍କୁ ଗ୍ରାମବାସୀ ମାନଙ୍କ ସହିତ  ଚିତ୍ରକୋଣ୍ଡା ତହସିଲଦାର ଫାଲଗୁନି ମାଝୀ,ଥାନା ଅଧିକାରୀ ରାମପ୍ରସାଦ ନାଗ ,ଅଗ୍ନିଶମ ବିଭାଗ କର୍ମଚାରି,କ୍ୟୁଆରଟି ଟିମ ଗତ ଦୁଇଦିନହେଲା ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇ ନଥିଲେ । ଆଜି ପୁଣି ଥରେ ସେହି ଜଳଭଣ୍ଡାରରେ ମାଲକାନଗିରି, କୋରକୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରି,କ୍ୟୁଆରଟି ଟିମ ବୋଟ ଯୋଗେ ଖୋଜିଥିଲେ । ସେମାନେ ଜଳଭଣ୍ଡାରରର ବିଭିନ୍ନ ସ୍ଥାନରେ ଖୋଜୁଥିବା ସମୟରେ କେନ୍ଦୁଗୁଡା ଗ୍ରାମ ଘାଟ ଠାରୁ କିଛି ଦୁର ଜଳଭଣ୍ଡାର ପାଣିରେ ଏହି ଚାରିଜଣଙ୍କ ଶବ ଭାସୁଥିବାର ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ ।  ଗ୍ରାମବାସୀ ଓ ପରିବାର ଲୋକେ ଚିତ୍ରକୋଣ୍ଡା ଥାନାରେ ଜଣାଇବା ପରେ ଚିତ୍ରକୋଣ୍ଡା ଥାନାପୁଲିସ ଘଟଣାସ୍ଥଳରେ ପହଁଚି ଚାରୋଟି ଯାକ ମୃତଶରୀର ଜବତ କରି ଚିତ୍ରକୋଣ୍ଡା ଡାକ୍ତର ଖାନାକୁ ଶବବ୍ୟବଛେଦ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛିନ୍ତି । ନିଖୋଜଙ୍କ ଶବ ମିଳିଗଲାପରେ ପରିବାରଙ୍କ ଲୋକଙ୍କ  ଆଖିରୁ ଲୁହଶୁଖୁନାହିଁ,ଗତ ତିନିଦିନହେଲା ରନ୍ଧାବଡା ସେମାନଙ୍କ ଘରେ ବନ୍ଦହୋଇ ଯାଇଛି । ମୃତ ଚାରିଜଣ ଅତ୍ୟନ୍ତ ଗରିବ ଆଦିବାସୀ ସଂପ୍ରାଦୟ ହୋଇଥିବାରୁ  ସେମାନଙ୍କ ପରିବାର ଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯେଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top