ଓଡ଼ିଶା

୪୫ ହଜାର ହେକ୍ଟର ଜମିରେ ରବି ଚାଷ ଲାଗି ୪ ଶହ କୋଟିର କୃଷି ଋଣ, ଧାର୍ଯ୍ୟଲକ୍ଷ୍ୟ ପୂରଣ ଆଶଙ୍କା

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ରାଜ୍ୟ ସରକାର ଭଦ୍ରକ ଜିଲାରେ ରବି ଚାଷ ଲାଗି ୩୯୮ କୋଟି ଟଙ୍କା କୃଷିଋଣ ମଂଜୁର କରିଥିବାବେଳେ କୃଷି ବିଭାଗ ପକ୍ଷରୁ ମାତ୍ର ୪୫ ହଜାର ହେକ୍ଟର ଜମିରେ ରବି ଚାଷ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଗତ ଖରିଫ୍ରେ ସରକାର ଜିଲାକୁ ୪୫୪ କୋଟି ଟଙ୍କାର କୃଷିଋଣ ମଂଜୁର କରିଥିବାବେଳେ ଜିଲାରେ ପ୍ରାୟ ୧ ଲକ୍ଷ ୬୦ ହଜାର ହେକ୍ଟର ଜମିରେ ଖରିଫ ଚାଷ ସମ୍ଭବ ହୋଇଥିଲା। ଜିଲାରେ ଖରିଫ ଧାନଚାଷର ସଫଳତାକୁ ଆଖିରେ ରଖି ସରକାର ରବି ଋତୁରେ ଜିଲାକୁ ପ୍ରାୟ ୪ ଶହ କୋଟି ଟଙ୍କାର କୃଷିଋଣ ମଂଜୁର କରିଥିବାବେଳେ ରବି କାର୍ଯ୍ୟକ୍ରମରେ ନୈରାଶ୍ୟ ଜନକ ପ୍ରସ୍ତୁତି ଜିଲା କୃଷି ବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ୱବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ଖରାଟିଆ ଚାଷରେ ଜଳସେଚନ ଅସୁବିଧାକୁ ଆଳକରି ଧାର୍ଯ୍ୟଲକ୍ଷ୍ୟର ମାତ୍ର ୫୦ ରୁ ୬୦ ପ୍ରତିଶତ ପୂରଣ କରିବାକୁ ସମର୍ଥ ହେଉଥିବାବେଳେ ଚଳିତବର୍ଷ ଅନୁରୂପ ଅବସ୍ଥାରେ ଏହି ଲକ୍ଷ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭଦ୍ରକ ଜିଲାରେ କେନାଲ ଜଳସେଚନ, କ୍ରିକ୍ ଜଳସେଚନ ଏବଂ ଉଠା ଜଳସେଚନ ଭଳି ପ୍ରଭାବୀ ଜଳ ସେଚନ ବ୍ୟବସ୍ଥା ଥାଇ ମଧ୍ୟ ରବି ରୁତୁରେ ରବି ଚାଷ ଫେଲ୍ ମାରିବା ଘଟଣା ଜିଲାବାସୀଙ୍କୁ ବିସ୍ମିତ କରିଛି। ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଗତ ପ୍ରାୟ ୩ ବର୍ଷ ହେବ ଜିଲାରେ ରବିଚାଷ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିପାରୁନାହିଁ। ପ୍ରତିବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ୪୦ ରୁ ୪୫ ହଜାର ହେକ୍ଟର ଜମିରେ ରବି ଚାଷ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଥିବାବେଳେ ହେକ୍ଟର ଜମିରେ ରବିଚାଷ ସମ୍ଭବ ହେଉଛି। ଜିଲାରେ ରବିଚାଷ କ୍ଷେତ୍ରରେ କୃଷି ବିଭାଗର ଏହି ବିଫଳତା ନେଇ ପ୍ରଶାସନିକ ସ୍ତରରେ ଅନୁଧ୍ୟାନ ହେଉନାହିଁ କିମ୍ବା ଏହାର ନିରାକରଣ ନେଇ ବଳିଷ୍ଠ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନାହିଁ। ପରନ୍ତୁ ଧର୍ମକୁ ଆଖିଠାର ମାରିବା ଭଳି ପ୍ରତିବର୍ଷ ଶସ୍ୟଜାତୀୟ ଡାଲିଜାତୀୟ ତୈଳବୀଜ, ମସଲା ଜାତୀୟ ଆଖିଜାତୀୟ ଫସଲର ଖସଡା ପ୍ରସ୍ତୁତ କରାଯାଉଛି। ସବୁଠାରୁ ବଡ କଥା ହେଲା ଅଧିକ ଲାଭଦାୟକ ପସଲଭାବେ ଜଣାଶୁଣା ସୋରିଷ ସୂର୍ଯ୍ୟମୁଖୀ ପାଚିଲା କଦଳୀ, ଫୁଲ ଚାଷ ପ୍ରତି କୃଷି ବିଭାଗ ଧ୍ୟାନ ଦେଉନାହାଁନ୍ତି। ପରନ୍ତୁ ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ଖରାଟିଆ ଚାଷରେ କମ୍ ଜଳ ଦରକାର କରୁଥିବା ଫସଲ ଉପରେ ଗୁରୁତ୍ୱ ଦିଆଯାଉଛି। ଫଳରେ ଖରିଫ ଚାଷ ପରେ ପ୍ରତିବର୍ଷ ଫେଲ୍ ମାରୁଛି ରବିଚାଷ। ଫଳରେ ବର୍ଦ୍ଧିତ ରବି ଚାଷକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ବାର୍ଷିକ ଯୋଗାଇ ଦିଆଯାଉଥିବା ଶହ ଶହ କୋଟି ଟଙ୍କାର ରବି କୃଷି ଋଣ ବେକାର ସାବ୍ୟସ୍ତ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top