ଓଡ଼ିଶା

୪୪ଦିନିଆ ବିଶ୍ୱ ଶିଶୁଶ୍ରମିକ ନିରୋଧ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ ୬ ବର୍ଷରୁ ୧୪ ବର୍ଷର ପିଲାମାନେ କାମକୁ ନଯାଇ ପାଠ ପଢ଼ନ୍ତୁ: ମନ୍ତ୍ରୀ ଶ୍ରୀ ସିଂହ

ଭୁବନେଶ୍ୱର,୧୩/୬(ଓଡ଼ିଆ ପୁଅ) ୨୦୧୮ ୬ ବର୍ଷରୁ ୧୪ ବର୍ଷ ପିଲାମାନେ ଯେପରି କାମକୁ ନ ଯାଇ ସ୍କୁଲକୁ ଯିବେ ସେଥିପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଆମର ସମ୍ମିଳିତ ପ୍ରଚେଷ୍ଟାରେ ଏହି ଆନ୍ଦୋଳନ ଶିଶୁ ଶ୍ରମିକ ପ୍ରଥାର ବିଲୋପ ଦିଗରେ ସହାୟକ ହେବ। ଶିଶୁ ଶ୍ରମିକ ନିରୋଧ ଆଇନର କାର୍ଯ୍ୟକାରିତା ଆମ ସମସ୍ତଙ୍କ ଦାୟିତ୍ୱ। ଠିକଣା ବେଳେ ଦାୟିତ୍ୱ ତୁଲାଇଲେ ସୁଫଳ ମିଳିବା ସହିତ ଭବିଷ୍ୟତର ଶିଶୁ ଶ୍ରମିକ ବିହୀନ ସମାଜର ସ୍ୱପ୍ନ ସାକାର ହେବା ସୁନିଶ୍ଚିତ ବୋଲି ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ କହିଛନ୍ତିା

ଆଜି ୪୪ ଦିନିଆ ଶିଶୁଶ୍ରମିକ ନିରୋଧ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ଗ୍ରାମ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ସଚେତନ କାର୍ଯ୍ୟମାନ କରାଯିବା ସହିତ ରାଜ୍ୟସ୍ତରରେ ତାଲିମ ନିମନ୍ତେ ଏକ ପ୍ରଶିକ୍ଷଣ ସୂଚୀ ପ୍ରସ୍ତୁତ କରାଯାଇଅଛି। ରାଜ୍ୟରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ କାର୍ଯ୍ୟକ୍ରମର ସର୍ଭେକୁ ଏହି ବିଭାଗ ତଦାରଖ କରୁଛି ଏବଂ ଏ ସମ୍ପର୍କରେ ସ୍ୱତନ୍ତ୍ର ତାଲିମ୍ କେନ୍ଦ୍ରମାନ କୋରାପୁଟ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କରାଯାଇଛି। ୧୨ଟି ଜିଲ୍ଲାରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ କାର୍ଯ୍ୟକ୍ରମ ସର୍ଭେ ଶେଷ ହୋଇଛି। ଖୁବ୍ଶୀଘ୍ର ଏହି ଜିଲ୍ଲାଗୁଡ଼ିକରେ ତାଲିମ୍ କେନ୍ଦ୍ରମାନ ଖୋଲାଯିବ। ସେହିଭଳି ୬ଟି ଜିଲ୍ଳାରେ ପ୍ରାଥମିକ ସର୍ଭେ ଇତିମଧ୍ୟରେ ଶେଷ ହୋଇଛି। ଆଜି ଏହାର ଉଦ୍ଯାପନ ଦିବସ ଅବସରରେ ଆତ୍ମସମୀକ୍ଷା କରିବାର ସମୟ। ଶିଶୁଶ୍ରମିକ ନିରୋଧ ଆମ ସମସ୍ତଙ୍କର ଦାୟିତ୍ୱା ଏହାକୁ ଆମର ନୈତିକ କର୍ତ୍ତବ୍ୟ ଭାବରେ ବିବେଚନା କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତିା

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶ୍ରମ ଆୟୁକ୍ତ ଶ୍ରୀ ସଚିନ ଯାଦବ, ଆଇଜି ପୋଲିସ୍, କ୍ରାଇମ ବ୍ରାଞ୍ଚ ଶ୍ରୀ ଅରୁଣ ବୋଥ୍ରା, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଓ ସଭ୍ୟ ସୁଶ୍ରୀ ନିବେଦିତା ନାୟକ ଏବଂ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top