୪୨ତମ ପ୍ରସିଦ୍ଧ କାଳୀପୂଜା ଆରମ୍ଭ

ପାରଳାଖେମୁଣ୍ଡି, ୨୦/୧୦(ଓଡିଆ ପୁଅ / ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଟିକା ସାହି ଛକ ଠାରେ ଅନୁଷ୍ଠିତ ହେଉଥିବା କାଳିପୂଜା ୪୨ତମ ବର୍ଷରେ ପଦାର୍ପଣ କରିଛି। ଗଜପତି ଜିଲାର ଏହି ସର୍ବପୁରାତନ ପୂଜା ଅନୁଷ୍ଠାନ ଦ୍ୱାରା ସମଗ୍ର ଜିଲାରେ ଏକମାତ୍ର ଅନୁଷ୍ଠାନ ଭାବେ କାଳୀପୁଜା ପାଳନ କରାଯାଏ। ଦୀପାବଳି ଠାରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ବ୍ୟାପି ଏହି ପୂଜା ପାଳନ ହୋଇଥାଏ। ଚଳିତ ବର୍ଷ ପ୍ରାୟ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିବାର ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ମାଁ ଙ୍କ ପାଖରେ ଅନ୍ନଭୋଗ ପୂଜା ହୋଇଥାଏ ଯାହାକି ଏହି ପୂଜାର ଏକ ସ୍ୱତନ୍ତ୍ର ପରମ୍ପରା ଅଟେ ଏହି ଅନ୍ନପ୍ରସାଦ ପାଇବା ପାଇଁ ବିଳମ୍ବିତ ରାତ୍ରିରେ ମଧ୍ୟ ପ୍ରତିଦିନ ପ୍ରାୟ ଅନେକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥାନ୍ତି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କଟକର ପ୍ରସିଦ୍ଧ ମେଲୋଡି କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥାଏ। ତେବେ ଏହି ପୂଜା କମିଟି ପକ୍ଷରୁ ଭରତଭୁଷଣ ମହାନ୍ତି, ପ୍ରଶାନ୍ତ ପାତ୍ର, ମନୋଜ ପଟ୍ଟନାୟକ, ଟୁକୁ ପଟ୍ଟନାୟକ, ପ୍ରମନାଥ ବକ୍ସି, ପ୍ରଣୋଜ ପଟ୍ଟନାୟକ ପ୍ରମୁଖ ସୁରୁଖୁରୁରେ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *