୪ଲକ୍ଷ ଶିଶୁଙ୍କୁ ଦିଆଯିବ ମିଳିମିଳା ଟିକା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜିଲ୍ଲାର ୪ ଲକ୍ଷ୩୧ ହଜାର ଶିଶୁଙ୍କୁ ମିଳିମିଳା ପ୍ରତିଷେଧକ ଟିକାଦିଆଯିବ। ଚଳିତ ମାସ ୨୯ ରୁ ମାର୍ଚ୍ଚ ୨୬ ତାରିଖ ପର୍ଟ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ ବର୍ଷରୁ ୧୫ବର୍ଷ ବୟସର ଶିଶୁ ଟିକା ନେିପାରିବେ। ଏଥିପାଇଁ ୯୫୮ ସୁପରଭାଇଜର ଓ ୨୫୮ ଟିକା ପ୍ରଦାନକାରୀଙ୍କୁ ନିୟୋଜିତ କରାଯିବ। ୨୮୭୪ ଟି ସ୍ଥାନରେ ଟିକା ଦିଆଯିବ ବୋଲି ବୁଧବାର ସୂଚନା ଦିଆଯାଇଛି। ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମିଳିମିଳା ରୋଗର ପ୍ରତିକାର ପାଇଁ ଜିଲ୍ଲାର ସବୁଶିଶୁଙ୍କୁ ଟିକା ଦେବାକୁ ସ୍ଥିର କରାଯାଇଛି। ଜିଲ୍ଲା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟିକା ସୁରକ୍ଷିତ ଭାବେ ରଖାଯିବ। ଏସଂପର୍କରେ ବ୍ୟାପକ ଜନସେତନା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଙ୍ଗନବାଡୀ କର୍ମୀ ଏବଂ ସ୍ୱେଛାସେବୀଙ୍କୁ ଟିକାଦାନ କରାଯିବ। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଭାସ୍କର ଚନ୍ଦ୍ର ସାମନ୍ତରାୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପର୍ଯ୍ୟବେଷକ ଡାଃ ଡାନିଏଲ ଏନରିଚ, ପୈାରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବ୍ରଜ ବନ୍ଧୁ ଦାଶ, ଡାଃ ସୁନିଲ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ସଲୀଳା ସେଠୀ, ଜିଲ୍ଲା କଲ୍ୟାଣ ଅଧିକାରୀ ଗୋଲାପ ସଂଜରୀ ଦାସ, ଓ ଲୋକସଂର୍ପକ ଅଧିକାରୀ ମାନସ ରଂଜନ ବିଶ୍ୱାଳ ବୈଠକରେ ଉପସ୍ଥିତ ଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *