୪ଲକ୍ଷପୁରସ୍କାର ଘୋଷିତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ,ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଜବାନ ସହିଦ

ମାଲକାନଗିରି,୧୧ା୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାସ୍ଥ ଭାଂସୋ ଥାନା ଅଚଂଳର ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ବିଜାପୁର ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟ ଏକ ପୃଥକ ଘଟଣାରେ ପାପେଡ ଥାନା  ଅଚଂଳରେ ମାଓବାଦୀଙ୍କ ଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଜବାନ ସହିଦ  ହୋଇଛନ୍ତି , କାମାଲୁର ଏରିଆ କମିଟି ଡେପୁଟି କମାଣ୍ଡର ଭାବେ କାମକରୁଥିବା ମାଓବାଦୀ ନଗେଶ ଓ ତାଙ୍କ ପତ୍ନୀ ମନୀଲା ଏହୁ ଦୁଇଜଣ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ନାଗରିକ ଜୀବନ ବିତାଇବା ପାଇଁ ମାଓସଂଗଠନ ଛାଡି ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିବାପାଇଁ ଆଗେଇ ଆସିଛନ୍ତି । ଏହି ମାଓଦମ୍ପିତିଙ୍କ ମୁଣ୍ଡଉପରେ ଛତିଶଗଡ ସରକାର ୪ଲକ୍ଷ ଟଙ୍କା ଲେଖାପୁରସ୍କାର ରାଶି ଘୋଷଣା କରିଥିଲେ । ଏହିଦମ୍ପତି ପୋଡା ଜଳା ହତ୍ୟା,ଲୁଟ, ସହି ପୁଲିସ ୁପରେ ଆକ୍ରମଣକରିବା ଇତ୍ୟାଦି ମାଓହିଂସାକାଣ୍ଡରେ ଲିପ୍ତଥିବାର ଜଣାପଡିଛି । ଅନ୍ୟ ଏକ ଘଟଣାରେ ବିଜାପୁର ଜିଲ୍ଲା ପାପେଡ ଥାନା ନିକଟ ତିପ୍ତାପୁରମ ପୁଲିସକ୍ୟାମ୍ପରୁ ଡିଆରଜି ଜବାନ ମାନେ ସର୍ଚଅପରେସନରେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ , ଜବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ପୋତି ଥିବା ଲ୍ୟାଣ୍ଡମାଇନ ଟି ଆଜି ସକାଳେ ବିସ୍ପୋରଣ ହୋଇ ଯାଇଛି ,ସେହି ରାସ୍ତାରେ କମ୍ବିଂକରିବାକୁ ଯାଇଥିବା ଜବାନ ଏହି ବିସ୍ପୋରଣରେ ସହିଦ ହୋଇଛନ୍ତି ।

ଆଜି ସକାଳେ ତିପ୍ତପୁରମ କ୍ୟମ୍ପରୁ କିଚି ଜବାନ ନିକଟସ୍ଥ ଜଙ୍ଗଲକୁ ସର୍ଚଅପରେସନରେ ଯାଇଥିବାବେଳେ  ସୋନେଧର ହେମଲା ନାମକ ଜବାନ ଆଗରେଥିଲେ , ପୁବ ର୍ରୁ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଲୁଚିରହିଥିଲେ ।ଜବାନ ମାନେ ସେମାନଙ୍କ ନିକଟରେ ପହଁଚିବାପରେ ମୀଏଓବାଦୀମାନେ ଲ୍ୟଣ୍ଡମାଇନ ବିସ୍ପୋଣକରିଥିଲେ ।ଆଗରେ ଥିବା ଜବାନ ସୋନେଧର ଘଟମାସ୍ଥଳରେ ନିହତ ହୋଇଥିବାବେଳେ ଅନ୍ୟଜମେ ଜବାନ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ବିସ୍ପୋରଣପରେ ମାଓବାଦୀ ମାନେ ଜବାନମାନହ୍କ ଉପରକୁ ଗୁଳିଚଳାଇଥିଲେ ତାର ପାଲଟା ଜବାବରେ ଜବାନମାନେ ମଧ୍ୟ ଗୁଳିଚଳାଇବାରୁ ମାଓବାଦୀ ମାନେ ଜଙ୍ଗଲରେ ଛତ୍ର ଭଙ୍ଗଦେଇ ଲୁଚିପଳାଇଥିଲେ । ସଙ୍ଗେ ସଙ୍ଗେ ଅନ୍ୟ  ଜବାନ ମାନେ ଆହତ ନିହତ ଜବାନ ଙ୍କୁ ଜଙ୍ଗଲରୁ ବାହରକରିନେଇ ଡାକ୍ତରଖାନ ଯାଇଥିଲେ । ଆଜି ଅପରାହ୍ନରେ ସହିଦ ଜବାନଙ୍କୁ ବିଜାପୁର ଜିଲ୍ଲାପୁଲିସ ସହିଦ ସଲାମିଦେଇ ତାଙ୍କ ଘରକୁ ମୃତଶରୀର ପଠାଇବାର ବ୍ୟବସ୍ଥା କରିଛନ୍ତି ।

 

Leave a Reply

Your email address will not be published. Required fields are marked *