ଜିଲ୍ଲା ପରିକ୍ରମା

୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବୈଠକ

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ନୀଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ପୁରୀ ଜିଲ୍ଲା ଶାଖାର ନବ ନିର୍ବାଚିତ କର୍ମକର୍ତା ବୃନ୍ଦକୁ ନେଇ ଜିଲ୍ଲାର ପ୍ରଥମ ବୈଠକ ସଂଘ କାର୍ଯ୍ୟାଳୟ ଦତୋତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁବାଷ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭରେ ସଂଘର ପୂର୍ବତନ କର୍ମକର୍ତା ବୈକୁଣ୍ଠ ଚନ୍ଦ୍ର ମହାପାତ୍ର, ଉମାର ଚନ୍ଦ୍ର ନାୟକ, ନିରଜଂନ ନନ୍ଦ, ସରକାରୀ କାର୍ଯ୍ୟରୁ ଗତମାସ ୩୧ ତାରିଖରୁ ଅବସର ଗ୍ରହଣ କରିଥିବାରୁ ଗିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ସଂଘର ମୁଖ୍ୟ କର୍ମକର୍ତା ଶଙ୍କର ଚରଣ ଦାସ, ପରାମର୍ଶ ଦାତା ରାଧାଗୋବିନ୍ଦ ପଣ୍ଡା, ଉପସଭାପତି ସୁବ୍ରତ ସାହୁ, ଗଦାଦର ପ୍ରଧାନ, ସହସଂପାଦକ ସୂର୍ଯ୍ୟନାରାୟଣ ନନ୍ଦ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ଦାସ, ସଂଂସ୍କୃତିକ ସଂପାଦକ ଭାସ୍କର ପଲେଇ, ସଂଗଠନର ସଂପାଦକ ବନମାଳୀ ସାହୁ, ବାସନ୍ତୀ ସେଠୀ ସମେତ ୩୧ ଜଣ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଗତ ଜାନୁଆରୀ ୨୧ ତାରିଖରେ ଅନୁଷ୍ଠିତ ମଂଜୁରୀ ପ୍ରଦାନ, ବ୍ଲକ, ତହସିଲ ସଦର ମହକୁମାରେ ଉପୁଜୁଥିବା ସମସ୍ୟା ମାନ ବୈଠକରେ ଆଲୋଚନା ଯାଇଥିଲା। ଅଫିସ ପିଅନ ମାନଙ୍କୁ ରାତ୍ର ଜଗୁଆଳ ଓ ଝାଡୁଦାର ଭାବେ ବିଭାଗୀୟ ଅଧିକାରୀ ବାଧ୍ୟ କରୁଥିବାରୁ ଏହି କାର୍ଯ୍ୟ ନ କରିବା ପାଇଁ କର୍ମଚୀରୀ ମାନେ ବିରୋଧ କରିଥିଲେ। ଖାଲି ପହିଥିବା ରାତ୍ର ଜଗୁଆଳ ଓ ଝାଡୁଦାର ପଦବୀ ପୁରଣ କରିବା ପାଇଁ ଦାବି କରାଯାଇଥିଲା। ଷଷ୍ଠ ବେତନରେ ଅସଙ୍ଗତି ଦୂର କରିବା ସହ ସପ୍ତମ ବେତନରେ ଥିବା ବକେୟା ପା୍ରପ୍ତି ତୁରନ୍ତ ପ୍ରଧାନ ଓ ଅବସର ବୟସରେ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ଦାବି କରାଯାଇଥିଲା। ଚୁକ୍ତି ଭିତିକ କର୍ମଚାରୀଙ୍କର ୬ ବର୍ଷ ପୂରଣ ହୋଇଥିଲେ ମଧ୍ୟ ସେମାନଙ୍କୁ ନିୟମିତ କର୍ମଚାରୀ ଭାବେ ସମସ୍ତ ପ୍ରାପ୍ୟ ଦେବା ପାଇଁ ଦାବି କରିଥିଲେ। ଏହି ବୈଠକରେ ରାଜ୍ୟ ସଂଘର କୋଷାଧ୍ୟକ କାହ୍ନୁଚରଣ ଦାସ, ଜିଲ୍ଲା ସଂଘର ପୂର୍ବତନ ସଭାପତି ଅର୍ଜୁନ ମଲ୍ଲିକ, ପୂର୍ବତନ ସଂପାଦକ କୈଳାସ ଚନ୍ଦ୍ର ମହାରଣା, ପୂର୍ବତନ କୋଷାଧ୍ୟକ ଅଶୋକ ଦାସ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top