ଜିଲ୍ଲା ପରିକ୍ରମା

୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ବୈଠକ

ପୁରୀ:୨୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ବୈଠକ ଆଖଣ୍ଡଳମଣି ମନ୍ଦିରରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶାଖା ସଭାପତି ଜଗନ୍ନାଥ ପାଢ଼ୀ ସେଥିରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାର ୧୧ଟି ବ୍ଲକ ଓ ତହସିଲର କର୍ମଚାରୀ ଯୋଗ ଦେଇଥିଲେ। ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସରକାରୀ ସ୍ତରରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା ଦଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ଖାଲି ପଡିଥିବା ପଦବୀ ପୂରଣ କରାଯାଉ ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ୬ଷ୍ଠ ବେତନରେ ଥିବା ଅସଙ୍ଗଜିତ ଦୂର କରିବା ସହିତ କେନ୍ଦ୍ରୀୟ ହାରରେ ସପପ୍ତମମେତନ ଲାଗୁ କରାଯିବାକୁ ସଂଘ ଦାବି କରିଛି। ଅବସର ବୟସ ୬୦ବର୍ଷ ପରିବର୍ତ୍ତେ ୬୨ବର୍ଷକୁ ବୃଦ୍ଧି କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ସଭାପତି ଦୀନବନ୍ଧୁ ମୁଦୁଲି, ସମ୍ପାଦକ ତ୍ରିନାଥ ସେଠୀ, ଜଗତସିଂହପୁର ସମ୍ପାଦକ ସୁରେଶ କୁମାର ପରିଜା, ଅନୁଗୁଳ ସଭାପତି ପ୍ରଫୁଲ କୁମାର ନାଥ, ଜୟନ୍ତ କୁମାର ଧଳ, ସନ୍ତୋଷ କୁମାର କର, ପୂର୍ଣ୍ଣଚନ୍ଦ୍ର ଜେନା, ହରିହର ଦାସ, ଅଭିମନ୍ୟୁ ବେହେରା, ହେମନ୍ତ ନାୟକ, ପ୍ରକାଶ ଚନ୍ଦ୍ର ଦାଶ, ସୁବାଷ ଚନ୍ଦ୍ର ଗୁରୁ, ବିରଞ୍ଚି ନାରାୟଣ ନାୟକ, ଜୟକୃଷ୍ଣ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ବିଷ୍ଣୁ ପ୍ରସାଦ ଦାଶ, ବନମାଳୀ ପ୍ରଧାନ, ତ୍ରିନାଥ ସ୍ୱାଇଁ ଓ ପ୍ରଭାକର ସାମନ୍ତରାୟ ଆଲୋଚନାରେ ଭାଗ ନେଇଥିଲେ ନିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top