୪ର୍ଥ ଭଦ୍ରକ ମହୋତ୍ସବ ଉଦ୍ୟାପିତ ସମ୍ପର୍କର ଡ଼ୋରୀକୁ ଦୃଢ଼ କରିବାକୁ ଆହ୍ୱାନ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଚାଲିଥିବା ୪ର୍ଥ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଉଦ୍ୟାପିତ ହୋଇଯାଇଛି। କମିଟିର ସଭାପତି ଇଂ ଅଭୟ କୁମାର ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଅନ୍ତିମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ‘.ନୃସିଂହ ଚରଣ ସାହୁ ଯୋଗଦେଇ ମହୋତ୍ସବ ସମ୍ପର୍କର ଡ଼ୋରୀକୁ ମଜବୁତ କରିଥାଏ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ରାଜ୍ୟ ମହିଳା, ଶିଶୁ ବିକାଶ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗଦେଇ ନିଜ ବକ୍ତବ୍ୟରେ ଭଦ୍ରକ ମାଟିର କଳା, ସଂସ୍କୃତି, ଐତିହ୍ୟକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ବ୍ୟଙ୍ଗ କବି ଅଶୋକ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ରବକ୍ତା ଭାବରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ର. କମଳାକାନ୍ତ ସ୍ୱାଇଁ ମୁଖ୍ରବକ୍ତା ଭାବେ ଯୋଗଦେଇଥିଲେ। କମିଟିର ସଂଗଠନ ସଂପାଦକ ନିର୍ମଳ ରାଉତ୍ ସ୍ୱାଭତ ଭାଷଣ, ନିହାର ରଂଜନ କର ଅତିଥି ପରିଚୟ ଓ ଅଞ୍ଜୁବାଳା ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡ଼ାକ୍ତର ଝସକେତନ ମହାନ୍ତି, ଡ଼ାକ୍ତର ସୁରେନ୍ଦ୍ର ମିଶ୍ର, ଡ଼ାକ୍ତର ସୁବାଷ ବିଶ୍ୱାଳଙ୍କୁ ଭାଗବତ ସାହୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁରୂପ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥବବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ୧୦ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ୬୦ରୁ ଅଧିକ ବ୍ୟବସଦାୟୀ ଷ୍ଟଲ ଖୋଲିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି.ପିତାମ୍ବର ରେଡ୍ଡି, ରାମନାରାୟଣ ମହାନ୍ତି ଓ ରଶ୍ମିତା ସେଠୀ ପରିଚାଳନା କରିଥିଲେ। ଶେଷରେ କୁନିକୁନି ପିଲାମାନଙ୍କ ମଧ୍ୟରେ ଫେସନ ସୋ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *