ଜିଲ୍ଲା ପରିକ୍ରମା

୪ର୍ଥ ଭଦ୍ରକ ମହୋତ୍ସବର ୯ମ ସଂଧ୍ୟା ରାଜ୍ୟ ରାଜନିତୀରେ ଭଦ୍ରକର ସ୍ଥାନ ଅନନ୍ୟ, ମୋଗଲ ତାମସା ପ୍ରଦର୍ଶନରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସଂଗ୍ରାମୀଙ୍କ ମାଟି। ଏହି ମାଟିର କଳା, ସଂସ୍କୃତି, ଐତିହ୍ୟ ଭାରତ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବିଦ୍ଧ ହୋଇ ରହିଛି। ଇରମ ଓ ଲୁଣିଆ ଗୁଳିକାଣ୍ଡରେ ସହିଦଙ୍କ ବଳିଦାନର କଥା ହେଉ ଅଥବା ‘ବନ୍ଦେ ଉତ୍କଳ ଜନନୀ’ ପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କୃତୀ ଓ ସର୍ବୋପରି ରାଜ୍ୟ ରାଜନିତୀରେ ଭଦ୍ରକ ମାଟିରୁ ୨ଜଣ ରାଜନେତା ‘ଡ଼. ହରେକୃଷ୍ଣ ମହତାବ ଓ ନୀଳମଣୀ ରାଉତରାୟଙ୍କ ପରି ଯୋଗଜନ୍ମା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ ଭଦ୍ରକ ମାଟିର ମହନୀୟତାକୁ ପରିପ୍ରକାଶ କରିଛି ବୋଲି ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ୯ମ ସଂଧ୍ୟାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ନିଜ ବକ୍ତବ୍ୟରେ କହିଛନ୍ତି। ନେହେରୁ ଷ୍ଟାଡ଼ିୟମ ଠାରେ ମହୋତ୍ସବ କମିଟିର ଉପଦେଷ୍ଟା ପ୍ରଫୁଲ୍ଲ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ “ରାଜନିତୀ ଓ ଭଦ୍ରକ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବିଜେପି ନେତା ବଦ୍ରି ନାରାୟଣ ଧଳ ଯୋଗଦେଇ ସମ୍ମିଳିତ ରାଜନୈତିକ ଇଛାଶକ୍ତିର ଅଭାବରୁ ଭଦ୍ରକ ଜିଲ୍ଲା ଆଜି ନ୍ୟାର୍ଯ୍ୟ ହକ୍ ପାଇ ପାରୁନଥିବା କହିଥିଲେ। ତେଣୁ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ରାଜନୈତିକ ଦଳମାନେ ସମ୍ମିଳୀତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରେଣ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସାହିତ୍ୟିକ ପ୍ରକାଶ ମହାପାତ୍ର, କାଉନସିଲର ଶରତ ପଢ଼ିଆରୀ, ଆଶିଶ ରଂଜନ ଜେନା, ସୁରେଶ ସାମଲ ଯୋଗଦେଇ ରାଜନୈତିକ ହୀନମନ୍ୟତାକୁ ପରିହାର କରି ଜିଲ୍ଲାର ଉନ୍ନତି ପାଇଁ ଉଦ୍ୟମ ଜାରୀ ରଖିବାକୁ ନିବେଦନ କରିଥିଲେ। ଏହି ଅବସରରେ ଜାତୀୟ ମହିଳା ଭଲିବଲ ପ୍ରତିଯୋଗିତା ପାଇଁ କ୍ରମାଗତ ଦ୍ୱିତୀୟ ଥର ପାଇଁ ମନୋନୀତ ଭଦ୍ରକ ମାଟିର ସୁଶ୍ରୀ ଜୟଶ୍ରୀ ପଲେଇଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ସଭାପତି ଇଂ ଅଭୟ କୁମାର ସୂତାର ଅତିଥି ପରିଚୟ, ଆବାହକ ନିହାର ରଂଜନ କର ସ୍ୱାଗତ ଭାଷଣ ଓ ଚିନ୍ମୟୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି.ପିତାମ୍ବର ରେଡ୍ଡି, ରାମନାରାୟଣ ମହାନ୍ତି ଓ ରଶ୍ମିତା ସେଠୀ ପରିଚାଳନା କରିଥିବାବେଳେ ବଂଶୀ ବଲ୍ଲଭ ଗୋସ୍ୱାମୀ ନାଟ୍ୟ ସଂସଦ ଦ୍ୱାରା ପରିବେଷିତ ‘ମୋଗଲ ତାମସା’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top