୪ର୍ଥ ଭଦ୍ରକ ମହୋତ୍ସବର ୮ମ ସଂଧ୍ୟା ଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ଓଡ଼ିଆ ଭାଷା ପ୍ରତି ବିପଦ ନାହିଁ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଶୁକ୍ରଭାର ଥିଲା ୮ମ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ମହୋତ୍ସବ କମିଟିର ଆବାହକ ନିହାର ରଂଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ପ୍ର. ତମସାରାଣୀ ଦାସମହାପାତ୍ର ଯୋଗଦେଇ ସାହିତ୍ୟିରେ ଆଧ୍ୟାତ୍ମିକତା ଓ ମୌଳିକତା ନ ରହିଲେ ଏହା କାଳଜୟୀ ହୋଇ ପାରିବ ନାହିଁ ବୋଲି କହିଥିଳେ। ତେଣୁ ଆମ ଭାଷା ସାହିତ୍ୟକୁ ଅଧିକ ସୁଦୃଢ଼ କରିବାକୁ ଆଜିର ଯୁବପିଢ଼ୀ ଲେଖନୀ ଚାଳନା କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଯୋଗଦେଇ ଓଡ଼ିଆ ଭାଷାର ସୁଦୀର୍ଘ ପରାମ୍ପରା ଓ ଐତିହ୍ୟ ଉପରେ ବକ୍ତବ୍ୟ ରଖିଥିଳେ। ଅନ୍ୟମାନଙ୍କ ମଧ୍ୟରେ ବିବିସିସି ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା, ସାହିତ୍ୟିକ ବନମାଳୀ ବାରିକ୍, ଭିଜିଲାନ୍ସ ମନିଟରିଂ ସେଲର ସଦସ୍ୟ ହରେକୃଷ୍ଣ ପାଢ଼ୀ, ଦାମୋଦର ସଂସ୍କୃତ ମହାବିଦ୍ୟାଳୟୟର ଅଧ୍ୟଡକ୍ଷ କୃପାସିନ୍ଧୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଦ୍ରକ ମାଟିର ସାହିତ୍ୟ ଓ ସଂସ୍କୃତି ଅନନ୍ୟ ବୋଲି କହିଥିଳେ। କମିଟିର ସଭାପତି ଇଂ ଅଭୟ କୁମାର ସୂତାର ଅତିଥି ପରିଚୟ, ନିର୍ମଳ ରାଉତ୍ ସ୍ୱାଗତ ଭାଷଣ ଓ ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଳେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି.ପିତାମ୍ବର ରେଡ୍ଡି, ରାମନାରାୟଣ ମହାନ୍ତି ଓ ରଶ୍ମିତା ସେଠୀ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *