ଜିଲ୍ଲା ପରିକ୍ରମା

୪ର୍ଥ ଭଦ୍ରକ ମହୋତ୍ସବର ୭ମ ସଂଧ୍ୟା ସଂସ୍କୃତି ଜାତିର ପରିଚୟ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଗୁରୁବାର ଥିଲା ୭ମ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ବରିଷ୍ଠ ଆଇନଜୀବୀ ରୋ.ଅତିଶ କୁମାର ବେହେରାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିଳ୍ପପତି ତଥା ରୋଟାରୀ ଗଭର୍ଣ୍ଣର ଅଜୟ କୁମାର ଅଗ୍ରୱାଲ ଯୋଗଦେଇ ଭଦ୍ରକ ମାଟିରେ ଏହି ମହୋତ୍ସବ ସାଂସ୍କୃତିକ ଜାଗରଣ ସୃଷ୍ଟି କରିଛି। ଏହା ବ୍ୟତୀତ ସରବାସୀଙ୍କୁ ମନୋରଂଜନର ଖୋରାକ ଯୋଗାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ ଯୋଗଦେଇ ଭଦ୍ରକ ଜିଲ୍ଲାର ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଡ଼େପୁଟି କଲେକ୍ଟର ପଦ୍ମନ କୁମାର ରାୟ, ସଂଜୀବ ହିରୋର ପ୍ରୋପ୍ରାଇଟର ସଂଜୀବ ମଲ୍ଲିକ, ଚଳଚିତ୍ର ନିର୍ଦ୍ଦେଶକ ସରୋଜ ଦାସ, ଆଖଣ୍ଡଳମଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ହୋତା ଯୋଗଦେଇଥିଲେ। ଏହି ଅବସରରେ ମୁକ୍ତିଲାଭ କରିବାକୁ ଥିବା ଭାଇଜାନ୍ ଚଳଚିତ୍ରର ସମସ୍ତ କଳକାର ଚଳଚିତ୍ରର ସଂଳାପ ଓ ସଂଗୀତ ପରିବେଷଣ କରିଥିଲେ। କମିଟିର ଆବାହକ ନିହାର ରଂଜନ କର ସ୍ୱାଗତ ଭାଷଣ, ନିର୍ମଳ ରାଉତ୍ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କମିଟିର ସଭାପତି ଇଂ ଅଭୟ କୁମାର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି.ପିତାମ୍ବର ରେଡ୍ଡି, ରାମନାରାୟଣ ମହାନ୍ତି ଓ ରଶ୍ମିତା ସେଠୀ ସଂଯୋଜନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top