୪ର୍ଥ ଭଦ୍ରକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଗଣ ଶିକ୍ଷାର ସ୍ଥିତିରେ ସୁଧାର ଉପରେ ଗୁରୁତ୍ୱ

ଭଦ୍ରକ, ୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ମହୋତ୍ସବ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ ମୁକ୍ୟ ଅତିଥି ଭାବରେ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ପ୍ର. ଶାନ୍ତନୁ କୁମାର ନାୟକ, ଅମୂଲ୍ୟ ରାଉତ୍, ଯୁବ ବିଜେଡ଼ି ସଭାପତି ଦୁର୍ଗା ଦାସ ଯୋଗଦେଇଥିଲେ। ସାଧାରଣ ସଂପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ, ସଭାପତି ଇଂ ଅଭୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଶିଶ ଅମିତାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଛଉ ନୃତ୍ୟ, ଗୋଟିପୁଅ ନୃତ୍ୟ, ବିଭିନ୍ନ ନାଟ୍ୟ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *