୪ର୍ଥ ଭଦ୍ରକ ମହୋତ୍ସବର ତୃତୀୟ ସଂଧ୍ୟା ସୁସ୍ଥ ସମାଜ ଗଠନ ପାଇଁ ସ୍ୱେଛାସେବୀ ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଦ୍ରକ, ୮ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ରବିବାର ଥିଲା ତୃତୀୟ ସଂଧ୍ୟା। ନେହେରୁ ଷ୍ଟାଡ଼ିୟମ ଠାରେ ନାଟ୍ୟଶ୍ରୀ ନିର୍ମଳ ରାଉତ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ପୁଣ୍ୟ ଉକ୍ôଳର ପ୍ରତିଷ୍ଠାତା ମନୋରଂଜନ ମହାପାତ୍ର ଯୋଗଦେଇ ‘ସମାଜ ସେବାରେ ସ୍ୱେଛାସେବୀ ସଂଗଠନ’ ଶୀର୍ଷକ ଆଲୋଚନାଚକ୍ରରେ ସୁସ୍ଥ ସମାଜ ଗଠନ ପାଇଁ ସ୍ୱେଛାସେବୀ ସଂଗଠନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ନାସିର ବକ୍ସ, ବିଶିଷ୍ଟ ଅତିଥି ଭାବେ ଆଇନଜୀବୀ ନିରାକାର ଜେନା, ସ୍ୱତନ୍ତ୍ର ଅତିଥି ଭାବେ ଯୁବ ସମାଜସେବୀ ସଂଜୀବ ମଲ୍ଲିକ, ଆକାଶବାଣୀର ଗିତୀକାର ପିତାମ୍ବର ମିଶ୍ର, ଅଶୋକ କୁମାର ନାୟକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଦୁର୍ଗା ପ୍ରସନ୍ନ ଦାସ ବିଶେଷ ଅତିଥି ଭାବେ ଯୋଗଦେଇ ସମାଜ ସେବା ସଂଗଠନର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଇଂ ଅଭୟ ସୂତାର ସ୍ୱାଗତ ଭାଷଣ, ଅଧ୍ୟାପକ ନିହାର ରଂଜନ କର ଅତିଥି ପରିଚୟ, ଅମର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ କମିଟିର ସଂପାଦକ ରବିନାରାୟଣ ଖିଲାର, ଅମରେନ୍ଦ୍ର ବିଶ୍ୱାଳ, ପ୍ରିୟଦର୍ଶନ ବୋଇତି, ଅପୂର୍ବ ରଂଜନ ବେହେରା, ବି.ପିତାମ୍ବର ରେଡ୍ଡି, ରାମନାରାୟଣ ମହାନ୍ତି, ଅବିନାଶ ପଣ୍ଡା, ରମେଶ ପାଗଲ, ରାଜେସ ଦାସ, ଅଞ୍ଜୁବାଳା ରାଉତ୍, ଅମିତାବାଳା ଆଚାର୍ଯ୍ୟ, ସାଧନ କୁମାର ଧର, ବିଜୟ ଗୋକୁଳ ରାଉତ୍, ମିଡ଼ିଆ ସେଲ ଅଧ୍ୟକ୍ଷ ଚାରୁଦତ୍ତ ନାୟକ, ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସିନେ କଳାକାର ଭଦ୍ରକର ଝିଅ ଅଙ୍କିତା ଓ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାର ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ସାରସ୍ୱତ ସଭା ପୂର୍ବରୁ ଏକ କବି ସମ୍ମିଳନୀ କବି ମୁକ୍ତିକାନ୍ତ ମଲ୍ଲିକଙ୍କ ସଭାପତିତ୍ୱ ଓ ରମାକାନ୍ତ ଜେନା, ଚିନ୍ମୟୀ ବଳ, ପ୍ରଦୀପ୍ତ କୁମାର ମହାନ୍ତି, ଜନାବ ମୁସ୍ତାକ ଗହ୍ୱରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ଭାସ୍କର ପାଢ଼ୀ ମୁଖ୍ୟବକ୍ତା, ହୃଦାନନ୍ଦ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ଗୋପାଳ କୃଷ୍ଣ ଦାସ, ଉମାକାନ୍ତ ନାୟକ, ସଦାନନ୍ଦ ସାହୁ, କାର୍ତ୍ତୀକ ଚନ୍ଦ୍ର ସ୍ୱାଇଁ, ଡ଼.ହରିହର ନାୟକ, କୈଳାସ ଚନ୍ଦ୍ର ବେହେରା, ମନୋରମା ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ, ବିପ୍ଲବ କୁମାର ପତି କବିତାର ସମୀକ୍ଷା କରିଥିଲେ। ଏଥିରେ ଶତାଧିକ କବି କବିତା ପାଠ କରିଥିଲେ।

Leave a Reply

Your email address will not be published. Required fields are marked *