ଜିଲ୍ଲା ପରିକ୍ରମା

୪ର୍ଥ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି.ଆର.ଏସ ବରପଦା ଚମ୍ପିୟାନ୍

ଭଦ୍ରକ,୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଗଣିଜାଙ୍ଗର ଆଜାଦ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଚତୁର୍ଥ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ଟି.ଆର.ଏସ ବରପଦା ଏକାଦଶ ଚମ୍ପିୟାନ ହୋଇଥିବା ବେଳେ ବି.ବି.ସି.ସି ଅଣ୍ଢେଇପଲି କ୍ରିକେଟ ଏକାଦଶକୁ ୪ୱିକେଟରେ ପରାସ୍ତ କରିଛି । ପ୍ରଥମେ ଟସରେ ବିଜୟ ଲାଭ କରି ଅଣ୍ଢାଇପଲି ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୯୦ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଟି.ଆର.ଏସ ବରପଦା ପକ୍ଷରୁ ଅମୁଲ୍ୟ ଜେନାଙ୍କ ୧୮ରନ (୨୦ ବଲ), ଅନିଲଙ୍କ ୧୮ରନ (୧୪ବଲ), ଲିପୁନ ପାତ୍ରଙ୍କ ୧୭ରନ (୧୧ ବଲ) ସହାୟତାରେ ୯୨ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ବି.ବି.ସି.ସି ଅଣ୍ଢେଇପଲ ପକ୍ଷରୁ ବଶିଷ୍ଠଙ୍କ ୨ୱିକେଟ ଓ ସନ୍ଦୀପ ଜେନାଙ୍କ ୨ୱିକେଟ ଦଖଲ କରିବା ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲା । ପ୍ରଥମ ଇନିଂସରେ  ବି.ବି.ସି.ସି ଅଣ୍ଢେଇପଲୀର ଶୁଭକାନ୍ତଙ୍କ ୧୩ରନ (୧୪ବଲ), ସନ୍ଦୀପ ସାହୁଙ୍କ ୨୮ ରନ (୨୯ବଲ) ଦମଦାର ବ୍ୟାଟିଂ ବଳରେ ସମସ୍ତ ୱିକେଟ ହରାଇ ୯୦ରନ ସଂଗ୍ରହ କରିଥିଲେ ମଧ୍ୟ ଦଳପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା । ବିଜୟୀ ଦଳ ପକ୍ଷରୁ ହରିହରଙ୍କ ୪ୱିକେଟ, ପପୁନ,ଅମୁଲ୍ୟ ଓ ସରୋଜ ୨ଟି ଲେଖାଏ ୱିକେଟ ସଂଗ୍ରହ କରିଥିଲେ । ଖେଳ ପରିଚାଳନାରେ ଅମ୍ପେୟାର ଭାବେ ଶିବପ୍ରସାଦ ସେଠୀ ଓ କାହ୍ନୁଚରଣ ବେହେରା, ଭାଷ୍ୟକାର ଭାବେ ସୁକାନ୍ତ କୁମାର ବେହେରା, ନିରଂଜନ ଦାସ ଏବଂ ସ୍କୋରର ଭାବେ ସୁନିଲ କୁମାର ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ଶେଷରେ ଆଜାଦ କ୍ଲବର ଉପଦେଷ୍ଟା ତଥା ସିଆରସିସି ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ମସ୍କୋ ଗୋଲ୍ଡ ଚମ୍ପିୟାନ ରେସଲର ଭଦ୍ରକର ଗୌରବ ଗୋପାଳ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରପଦା ଏକାଦଶକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭଦ୍ରକର ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ଓ ରାଜ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ସମ୍ପାଦକ ଇଂ ଚମ୍ପତି ଚରଣ ବେହେରର ଯୋଗଦେଇ ରନର୍ସ ଅପ୍ ଦଳକୁ ଟ୍ରଫି ଓ ପୁରସ୍କାର ରାଶୀ ପ୍ରଦାନ କରିଥିଲେ । ସେହି ପରି ସମ୍ମାନୀତ ଅତିଥି ଭାବେ ଆଇନଜିବୀ ଗଦାଧର ବଳ ମ୍ୟାନ ଅପ ଦ ସିରିଜ ଅଣ୍ଢାଇପଲୀ ଦଳକୁ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ଭାବେ ଆଦର୍ଶ ଶିକ୍ଷକ ଗିରିଧାରୀ ବଳ ଯୋଗଦେଇ ଗ୍ରାମାଞ୍ଚଳ କ୍ରୀଡ଼ାର ବିକାଶ ସମ୍ବଧରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଆଇନଜିବୀ ବସନ୍ତ କୁମାର ଖିଲାର, ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ଅନନ୍ତ ମହାପାତ୍ର ଯୋଗଦେଇଥିଲେ । କ୍ଲବର ସଭାପତି ସମୀର ଘଡ଼େଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଚନ୍ଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top