୪ମାସର ଶିଶୁପୁତ୍ର ପେଟରେ ୩୦ଟି ନିଆଁ ଚେଙ୍କ,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ

୪ ମାସର ଶିଶୁପୁତ୍ର ପେଟରେ ୩୦ଟି ନିଆଁ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ

ମାଲକାନଗିରି, ୨୧/୭ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଅନ୍ଧବିଶ୍ୱାସ ଓ କୁସଂସ୍କାର ଦ୍ୱାରା ଜଣେ ଅଜ୍ଞାନ ଶିଶୁ ମରଣ ସହିତ ମେଡିକାଲ ଶଯ୍ୟାରେ ପଡିରହି ସଂଘର୍ଷ କରୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲାସ୍ଥ କେରଲାପାଲ ପଚାଂୟତର ପୁଙ୍ଗାବାଜି ଗ୍ରାମର କସା ପଡିଆମିଙ୍କ ୪ମାସର ଶିଶୁପୁତ୍ର ର ପେଟ ଫୁଲି ଯିବାରୁ ତାକୁ ଡୁମା ଗ୍ରାସିଛି ବୋଲି ନିକଟସ୍ଥ ଗାଁରେ ଥିବା ଗୁଣିଆ ଦିଶାରୀଙ୍କ ନିକଟକୁ ଶିଶୁର ମା ମାସା ପଡିଆମି ନେଇକି ଯାଇଥିଲେ , ସେଠାରେ ଗୁଣିଆଙ୍କୁ କୁକୁଡା, ମଦ, ଟଙ୍କା ଦେଇ ତାଙ୍କ ନିକଟରେ ଶିଶୁଟିକୁ ଝଡାପୁଙ୍କୁ କରିଥିଲେ, ସେଥିରେ ଶିଶୁଟି ଭଲନହେବାରୁ ବଡ ଡୁମା ଗ୍ରାମସିଛି ଶିଶୁଟିକୁ ଲୁହା ଚେଙ୍କ ଦିଆଯିବ କହି ଗୁଣିଆ ଏକ ବଡ ଲୁହା କଟାଂ କୁ କାଠନିଆଁରେ ଗରମ କରି ଶିଶୁ ରାଜେଶ ପଡିଆମି ଙ୍କ ପେଟରେ ଏକ ବୃତାକାର ସଦୃଶ୍ୟ ୩୦ଟି ସ୍ଥାନରେ ଚେଙ୍କ ଦେଇଥିଲେ। ଶିଶୁଟି ଚିକ୍ତାର କରି ଅଚେତ ହୋଇ ଯାଇଥିଲା। ଗୋଟିଏ ଦିନ ପରେ ମଧ୍ୟ ଶିଶୁଟି ଭଲ ନହୋଇ ଅଧିକ କାନ୍ଦିବାକୁ ଲାଗିଥିଲା, ତାର ପେଟର ଚେଙ୍କ ଗୁଡିକ ଫୋଟକା ହୋଇ ଘା’ ହେବାକୁ ଲାଗିଲା।

ଏହାକୁ ଦେଖି ଗ୍ରାମର କିଛି ଯୁବକ ତୁରନ୍ତ ଡାକ୍ତର ଖାନା ନେଇ ଯିବା ପାଇଁ ଶିଶୁଟିର ବାପା କସା କୁ ପରାମର୍ଶ ଦେଇଥିଲେ। କସା ଶିଶୁ ଟିକୁ ଧରି ପ୍ରଥମେ ସୁକୁମା ହସପିଟାଲକୁ ଯାଇଥିଲା। ଉକ୍ତ ଶିଶୁଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସୁକୁମା ହସପିଟାଲର ଡାକ୍ତର ମାନେ ସୀମାନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଦେଇଥିଲେ। କସା ଓ ତାର ସ୍ତ୍ରୀ ମାସେ ପଡିଆମି ଶିଶୁଟିକୁ ଧରି ଗୁରୁବାର ଦିନ ମାଲକାନଗିରି ହସପିଟାଲରେ ପହଁଚିଥିଲେ। ସଙ୍ଗେ ସଙ୍ଗେ ଡାକ୍ତର ମାନେ ଉକ୍ତ ଶିଶୁଟିର ଚିକିତ୍ସା ଆରମ୍ଭ କରିଦେଇଥିଲେ। ଶିଶୁଟିର ପେଟରେ ୩୦ଟି ସ୍ଥାନରେ ନିଆଁ ଚେଙ୍କ ଦିଆଯାଇଛି, ସେ ଚେଙ୍କଗୁଡିକ ଚମଡା ଭେଦି ପେଟକୁ ସଂକ୍ରମିତ ହୋଇଯାଇଥିବାରୁ ଶିଶୁଟି ଆରୋଗ୍ୟ ହେବା ପାଇଁ କିଛି ଦିନ ଲାଗିବ, ଆଗ ତୁଳନାରେ ଶିଶୁଟିର ଚେଙ୍କ ଗୁଡିକ ସୁଖିବାକୁ ଲାଗିଲାଣି,ସେ ବିପଦ ମୁକ୍ତ ବୋଲି ଶିଶୁଟିକୁ ଚିକତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *