ଅପରାଧ

୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ୪ଜଣ ଡକାୟତଙ୍କ ସହ ଚୋରି ସୁନା କଣିଥିବା ୧ବ୍ୟବବସାୟୀକୁ ରାୟଗଡ଼ା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରାୟଗଡା ସହ ସାଇପ୍ରିୟା ନଗର ୨ୟ ଗଳିର  ରହୁଥିବା ଚିନ୍ନାରି ଚନ୍ଦ୍ର ଶେଖର ସୁବୁଦ୍ଧିଙ୍କ  ଚଳିତ ମାସ ୧୨ ତାରିଖ ସଂନ୍ଧ୍ୟା  ସମୟରେ ସ୍ତ୍ରୀଙ୍କ ସହ ଦୈନିକ ବଜାରକୁ ଯାଇଥିଲେ । ସେ ସମୟରେ ଅନୁପସ୍ଥିତ ସୁଯୋଗ ନେଇ   ରାମକୃଷ୍ଣ ନଗରର ରବିଶଙ୍କର ମହାନନ୍ଦିଆ (୨୭), ପ୍ରକାଶ ଖୋରା(୨୧) ବୁଦ୍ରାବାଲସାର  ମୁଣ୍ତାରି ହରି(୨୧)
ଏବଂ ରାମକୃଷ୍ଣ ନଗର  ସୁଇପର କଲୋନୀ, ରାୟଗଡାର ପାରମି ଶ୍ରୀକାନ୍ତ (୨୧) ଏହି ୪ଜଣ   ମିଶି  ଶ୍ରୀ ସୁବୁଦ୍ଧିଙ୍କ ଘର ତାଲାଭାଙ୍ଗି  ଆଲମାରୀରେ ଥିବା ସୁନା ଗହଣା ଓ ଟଙ୍କା  ଚୋରିକରି ନେଇଯାଇଥିଲେ।  ସୁବୁଦ୍ଧି ଘରକୁ ଫେରିବା ପରେ ଦେଖି ତୁରନ୍ତ ପୋଲିସ ଷ୍ଟେସନ ଯାଇ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପ୍ରକାରେ  କେସ ନଂ -୧୭୩/୧୨.୦୯.୨୦୧୮ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଇଥିଲା।   ଗତକାଲି ଏହି ୪ଜଣଙ୍କୁ ଧରିବା ସହ  ଜଣେ ସୁନା ଗହଣା କିଣିଥିବା ବ୍ୟକ୍ତି ମହେଶ ବାଙ୍ଗାରି ଠାରୁ ଜବତ କରାଯାଇଥିବା ସୂଚନା  ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦାସ ଓ ଥାନା ଅଧିକାରୀ କୃର୍ଷ୍ଣ ଚନ୍ଦ୍ର ଭାତ୍ରା ପ୍ରେସ ଇସ୍ତାହାର  ଦେଇଛନ୍ତି। ଇସ୍ତାହାରରେ ଉଲ୍ଲେଖ ଅଛି ଯେ ୮୪ଗ୍ରାମର ସୁନା ଜବତ କରାଯାଇଛି ବୋଲି।   ପୂର୍ବରୁ ଏହି ଡକାୟତ ମାନଙ୍କ ନାମରେ ବହୁ କେଶ ଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top