ଜିଲ୍ଲା ପରିକ୍ରମା

୩ ବାଲି ବୋଝେଇ ଟ୍ରାକ୍ଟର ଓ ଜେସିବି ଜବତ

ଯାଜପୁର,(ଓଡିଆ ପୁଅ/ମାନସ ରାଉତ):-ଦର୍ପଣ ତହସିଲଦାରଙ୍କ ଦ୍ୱାରା ବାଇସିମୌଜା ରାଜସ୍ୱ ନିରିକ୍ଷକଙ୍କ ଅଧିନରେ ଥିବା ବାଇସିମୌଜା ବାଲି ଘାଟରୁ ବୁଧବାର ବେଆଇନ ବାଲି ବୋଝେଇ ୩ ଟ୍ରାକ୍ଟର ଓ ଜେସିବିକୁ ତହସିଲଦାର ଜବତ କରିଛନ୍ତି । ସୂଚନା ମୁତାବକ ଏହି ବାଲିଘାଟ ନିଲାମ ନଥିବା ସତ୍ୱେ ଜେସିବି ମେସିନ ସାହାର୍ଯ୍ୟରେ ଦୈନିକ ଶତାଧିକ ଟ୍ରିପ ବାଲିଉଠୁଥିବା ଅଭିଯୋଗ ହୋଇଥିଲା । ଆଜି ଖବରପାଇ ତହସିଲଦାର ଡଃ ଅଶୋକ କୁମାର ଦାସ ନିଲାମ ନଥିବା ବାଲିଘାଟରେ ଅଚାନକ ଚଢାଉ କରି ଗାଡି ଗୁଡିକୁ ଜବତ କରିଥିଲେ । ଧନଞ୍ଜୟ ସେତୁ ନିର୍ମାଣ କରୁଥିବା ଠିକା କମ୍ପାନୀ ବେଆଇନ ଭାବେ ଉକ୍ତ ବାଲି ଘାଟରୁ ଦିର୍ଘଦିନ ଧରି ବାଲି ଉଠାଇ ଚାଲିଥିଲା । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ଚଢାଉ ହୋଇଥିଲା । ଜବତ ଗାଡି ଗୁଡିକ ଠାରୁ ୫୦ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top