ଅପରାଧ

୩ ବର୍ଷ ତଳର ଫେରାର ଆସାମୀ ଗିରଫ

ଖଇରା, ୨୧/୬/୨୦୧୮(ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳର ରହି କାମ କରୁଥିବା ଏକ ନାଁ ବାଳିକାକୁ ଗର୍ଭବତି କରାଇ ଫେରାର ଥିବା ଗଡପୋଖରୀ ପଞ୍ଚାୟତ ଅଧିନ କୁଟୁରିପାଳ ଗ୍ରାମର କେଶବ ନାୟକକୁ ଖଇରା ପୋଲିସ ଗତକାଲି (ବୁଧୁବାର)ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି ନିଳଗିରି ସନ୍ତରା ଗଡିଆ ଅଂଚଳର ଉକ୍ତ ନାଁ ବାଳିକା ଜଣଙ୍କର ମାତାପିତା ମରିଯିବା ପରେ ସେ ଦାଦା ଖୁଡିଙ୍କ ସହିତ ଗଡପୋଖରି ଅଂଚଳକୁ ପଳାଇଆସି ଜେଜେବାପା ଓ ଜେଜେମା ପାଖରେ ରହି କାମ କରି ଚଳୁଥିଲା। ଏହି ସମୟରେ ଗଡପୋଖରି ଅଂଚଳର ବଢେଇଭାବେ କାର୍ଯ୍ୟ କରୁଥିବା କେଶବଙ୍କ ସହ ନାଁ ବାଳିକାର ପ୍ରେମ ସଂପର୍କ ଗଢିଉଠିଥିଲା। ନାଁ ବାଳିକାକୁ ବିବାହ ସହିତ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ୬ ମାସର ଗର୍ବବତି କରାଇ ଫେରାର ହୋଇଯାଇଥିଲା। ନାଁ ବାଳିକା ଜଣଙ୍କ ଖଇରା ଚାଇଡ୍ ଲାଇନ ଜରିଆରେ ଥାନାରେ ଅଭିଯୋଗ କରିବା ପରେ ଏ ସଂପର୍କରେ ଖଇରା ଥାନାରେ ୨୦୧୫ ମସିହା ମେ ମାସ ୧୨ ତାରିଖରେ ଏକ ମାମଲା (୬୩/୧୫) ରୁଜୁ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top