୩ ଦିନରେ ଟାଇଗର ୧୧୦ କୋଟି ପାର! ଅମିରଙ୍କୁ ଛାଡ଼ିଲା ପଛରେ

ନୂଆଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ଫିଲ୍ମ ଟ୍ୟୁବଲାଇଟର ଅସଫଲତା ପରେ ସଲମାନ ଖାନ “ଟାଇଗର ଜିଂଦା ହୈ” ଜରିଆରେ ବକ୍ସ ଅଫିସ ଉପରେ ଲମ୍ବା ଡିଆଁ ମାରିଛନ୍ତି। ସଲମାନ ଖାନ ଏବଂ କଟରୀନା କୈଫ ଷ୍ଟାରର ଫିଲ୍ମ “ଟାଇଗର ଜିଂଦା ହୈ” ବକ୍ସ ଅଫିସରେ କଲେକ୍ସନ କରିବା ପୂର୍ବରୁ, ଏହି ଫିଲ୍ମ ରିଲିଜ୍ ସହିତ ଅନେକ ରେକର୍ଡ୍ସ ଭାଙ୍ଗିଛି। ଏହି ଫିଲ୍ମ ତୃତୀୟ ଦିନରେ ଜବରଦସ୍ତ କାରବାର କରିଛି।

ଏହି ଫିଲ୍ମ ରିଲିଜ୍ ର ତୃତୀୟ ଦିନରେ ଅର୍ଥାତ୍ ରବିବାରଦିନ ଆଶାଠାରୁ ଅନେକ ଅଧିକ ଭଲ ପ୍ରଦର୍ଶନ କରିଛି। ବକ୍ସ ଅଫିସ ଇଣ୍ଡିଆର ଏକ ରିପୋର୍ଟ ମୁତାବକ ଫିଲ୍ମଟି ରବିବାରଦିନ ପ୍ରାୟତଃ ୪୪.୫୦ କୋଟି ଟଙ୍କାର କଲେକ୍ସନ କରିଛି। କମାଇ ଅନୁସାରେ ସଲମାନ ଖାନ ଆମିର ଖାନଙ୍କର ଫିଲ୍ମ ଦଂଗଲକୁ ମଧ୍ୟ ପଛରେ ପକାଇ ଦେଇଛି। ଦଂଗଲର ରିଲିଜର ତୃତାୟ ଦିନରେ ୪୧.୨୯ କୋଟି ଟଙ୍କାର କଲେକ୍ସନ କରିଥିଲା।

ଫିଲ୍ମ ରିଲିଜ୍  ର ତିନ ଦିନରେ ଏହା ୧୧୦ କୋଟି ଟଙ୍କା ପାର କରିଛି ଏବଂ ଆଶା କରାଯାଉଛି, ଏକ ସପ୍ତାହରେ ଏହି ଫିଲ୍ମ ୨୦୦ କୋଟି ଟଙ୍କାର ବିଜିନେସ୍ କରିବ। ଏହାକୁ କ୍ରିସମସ ଏବଂ ନୂଆ ବର୍ଷର ଛୁଟିର ଫାଇଦା ମଧ୍ୟ ନିଶ୍ଚିତ ମିଳିବ।

ଏହା ପୂର୍ବରୁ ଫିଲ୍ମ ଟାଇଗର ଜିଂଦା ହୈ ରିଲିଜ୍ ର ଦ୍ୱିତୀୟ ଦିନରେ ୩୪.୫୦ କୋଟି ଟଙ୍କାର କାରବାର କରିଥିଲା। ଶୁକ୍ରବାରଦିନ ବକ୍ସ ଅଫିସ ଉପରେ ରିଲିଜ୍ ହେବାକ୍ଷଣି ହିଁ ଏହି ଫିଲ୍ମ ପ୍ରାୟତଃ ୩୮ କୋଟି ଟଙ୍କା ରୋଜଗାର କରିଥିଲା। ଏହା ପୂର୍ବରୁ ଫିଲ୍ମ ଗୋଲମାଲ ଏଗେନ ବକ୍ସ ଅଫିସ ପ୍ରଥମ ଦିନ ୩୦ କୋଟି ୧୪ଲକ୍ଷ ଟଙ୍କାର କାରବାର କରିଥିଲା।

Leave a Reply

Your email address will not be published. Required fields are marked *