ଓଡ଼ିଶା

୩ ଛାତ୍ରୀଙ୍କ ଅସ୍ମିଳ ଭିଡ଼ିଓ ଭାଇରଲ ନେଇ ପୋଲିସ ନିରବ: ସାଧାରଣରେ ଚର୍ଚ୍ଚା

Image source http://www.amyvernon.net/five-steps-to-creating-a-viral-video/

ବଲାଙ୍ଗୀର ୨୮-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହରାଞ୍ଚଳରେ ଆଜିକୁ ପ୍ରାୟ ତିନି ଦିନ ହେବ ତିନିଜଣ ଛାତ୍ରୀଙ୍କ ଆପତ୍ତି ଜନକ ଅସ୍ମିଳ ଭିଡିଓ ଭାଇରାଲ ହୋଇ ଚାଲିଛି। ପ୍ରକାଶ ଯେ ତିନି ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟ ପରିସରର ଏକ କୋଠରୀରେ ତିନି ଜଣ ଛାତ୍ର ସହ ଥିବା ଅବସ୍ଥାରେ କେହି ଭିଡ଼ିଓ ରେକର୍ଡ଼ କରି ଦେଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲା। ତେବେ ଉକ୍ତ ଗୁପ୍ତ ଭିଡ଼ିଓଟି ଏବେ ଭାଇରାଲ ହୋଇ ଚାଲିଛି। ଏ ନେଇ ବଲାଙ୍ଗୀର ଟାଉନ ଥାନାରେ ଏହି ଭାଇରାଲ ଭିଡିଓ କୁ ତୁରନ୍ତ ବନ୍ଦ କରିବା ସହ ଉକ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଜଣାଇଥିଲେ ହେଲେ ଲିଖିତ ଭାବେ ଅଭିଯୋଗ ଦେବାକୁ ରାଜି ହୋଇ ନ ଥିଲେ। ହେଲେ ପରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହା ସାଇବର ସେଲର କାମ ଆଦି ନା ନା ଆଳରେ କୌଣସି ପଦକ୍ଷେପ ଗ୍ରହଣ ନ କରୁଥିବା ଅଭିଯୋଗ ହେଉଛି। ଏବେ ଏହି ଭାଇରଲ ଭିଡ଼ିଓ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top