୩୭ତମ ଜାତୀୟ ତାଇକୋଣ୍ଡୋ ଚମ୍ପିୟନସିପ ସମାପିତ ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ସହ ତୃତୀୟ ସ୍ଥାନରେ ଟିମ୍ ଓଡ଼ିଶା

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରବିବାର ରାତିରେ କୋଲକାତାର ଇଡ଼େନଗାର୍ଡ଼େନସ୍ଥିତ ସହୀଦ ଖୁଦିରାମ ଇନ୍ଡ଼ୋର୍ ହଲରେ ତାଇକୋଣ୍ଡୋ ଫେଡ଼େରେସନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଆୟୋଜିତ ୩୭ତମ ଜାତୀୟ ତାଇକୋଣ୍ଡୋ ଚମ୍ପିୟନସିଫ୍ ସମାପ୍ତ ହୋଇଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ତାଇକୋଣ୍ଡୋ ଆସୋସିଏସନ୍ ଅଡପ ଓଡ଼ିଶା ଦ୍ୱାରା ମନୋନିତ କ୍ରୀଡ଼ାବିତ୍ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଟିମ୍ ଓଡ଼ିଶା ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ପଦକ ଅଧିକାର କରି ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱର୍ଣ୍ଣ ପଦକ ବିଜେତା ମାନେ ହେଲେ ସୋନାଲିକା ମୁନ୍ନୀ, ଅଭ୍ରିକା ପାଣିଗ୍ରାହୀ, ଶୁଭଲକ୍ଷ୍ମୀ ଜେନା, ସାନିକା ପାଣିଗ୍ରାହୀ, ବୈଷ୍ଣବୀ କୀର୍ତ୍ତୀ, ମାନସ କୁମାର ସିଂ, ପ୍ରଶାନ୍ତ ସିଂ ଓ ଶରତ ମଢୁଆଳ। ରୌପ୍ୟ ପଦକ ବିଜେତା ମାନେ ହେଲେ ଇତିସ୍ମିତା ଚୌଧୁରୀ, ସୁଚିସ୍ମିତା ବେହେରା, ପ୍ରିୟଦର୍ଶନୀ ନାୟକ, ଟି. ଦିଲ୍ଲିପ କୁମାର, ଜୟଜଗଦିଶ ବେହେରା, ପ୍ରଦ୍ୟୁସ କୁମାର, ଦିଲ୍ଲିପ କୁମାର ବେହେରା ଓ ସୋହମ୍ ସାହୁ। ସେହିପରି ବ୍ରୋଞ୍ଜ ବିଜେତା ମାନେ ହେଲେ ବୈଷ୍ଣବୀ ବେହେରା, କଲ୍ୟାଣୀ କାନନ୍, କରିସ୍ମା ରାଉତ, ସ୍ମୁତିରେଖା ମାହାକ୍, କଲ୍ୟାଣୀ ବେହେରା, ରିଶିକେଶ ନାୟକ, ଅସିତ ପ୍ରଧାନ, ଶୁଭମ ବେହେରା, ରମେଶ ପୁହାଣ, ପଦ୍ମଲୋଚନ ସିଂ, ମହେଶ ପଟ୍ଟନାୟକ ଓ ରାଜେନ୍ଦ୍ର ବେହେରା। ରାତ୍ରୀକାଳୀନ ବର୍ଣ୍ଣାଢ୍ୟ ଉଦଯାପନୀ ଉସ୍ôବରେ ଟିମ ଓଡ଼ିଶାର କୋଚ ତଥା ‘ତାଓ’ ଯୁଗ୍ମ ସମ୍ପାଦକ ଅଧ୍ୟାପକ ଯୋଗେଶ୍ୱର ମହନ୍ତଙ୍କୁ ଦଳଗତ ତୃତୀୟ ସ୍ଥାନ ନିମନ୍ତେ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ମ୍ୟାନେଜର ସଂଗ୍ରାମ ତ୍ରିପାଠୀଙ୍କୁ ଦେଶର ସବୁଠୁ ଶୃଙ୍ଖଳିତ ଦଳ ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା। ତାଓ ସମ୍ପାଦକ ରବୀନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ୪୧ଜଣ କ୍ରିଡ଼ାବିତ୍ ୮ ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତ୍ରୀଦିବସୀୟ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏତତ୍ ବ୍ୟତିତ ଟି.ଏଫ୍.ଆଇ ଦ୍ୱାରା ବିଚାରକ ରୂପେ ମନୋନିତ କୁମାରୀ ଆଦ୍ୟାଶା ଦାଶ ଓ ସତ୍ୟନାରାୟଣ ତ୍ରିପାଠୀ ସୁଚାରରୂପେ ଦାୟୀତ୍ୱ ସମ୍ପାଦନ କରି ପ୍ରଶଂସା ଭାଜନ ହୋଇଥିଲେ। ଅପେକ୍ଷାକୃତ କ୍ଷୁଦ୍ରରାଜ୍ୟ ହୋଇଥିଲେ ମଧ୍ୟ ଏତେ ସଂଖ୍ୟକ ପଦକ ଓ ଶୃଙ୍ଖଳା ସମ୍ମାନ ଜିଣି ଓଡ଼ିଶା ପାଇଁ ଜାତୀୟ ପରିଚୟ ସୃଷ୍ଟି କରିଥିବାରୁ ‘ତାଓ’ ସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ଧୀରେନ ପଲାଇ ଓ କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନା ସମସ୍ତ ପଦକ ବିଜେତା ଓ ଟିମ ଓଡ଼ିଶାର ସଦସ୍ୟ ମାନଙ୍କୁ ଅଭିନନ୍ଦନ ଓ ପ୍ରଶଂସା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *