ଜିଲ୍ଲା ପରିକ୍ରମା

୩୫ ଜଣ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ, କିନ୍ତୁ ପରିବାର ଙ୍କ ସମସ୍ତ ନାମ ନଥିବାରୁ ସୁବିଧା ମିଳୁନଥିବା ଅଭିଯୋଗ

ଖଡିଆଳ/ନୂଆପଡା-୧୫.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତରେ ଗତ ଏପ୍ରିଲ ମାସରେ ୩୫ ଜଣ ହିତାଧିକାରୀ ଙ୍କୁ ରାସନକାର୍ଡ ଦିଆଯାଇଥିଲା। କିନ୍ତୁ ଏହି ରାସନକାର୍ଡରେ ହିତାଧିକାରୀ ମାନଙ୍କ ପରିବାର ର ସମସ୍ତ ଙ୍କ ନାମ ନଥିବାରୁ ରାସନକାର୍ଡରେ ମିଲୁଥିବା ଚାଉଲ, ଗହ. କିରୋସିନି ପ୍ରଭୁତି ରାସନ ସମଗ୍ରୀ ମିଲୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ପ୍ରତି ରାସନ କାର୍ଡରେ ଜଣେ ୨ ଜଣ ଙ୍କ ନାମ ଥିବା ଓ ପରିବାର ର ଅନ୍ୟ ସମସ୍ତ ଙ୍କ ଚଢାଇ ନଥିବା ଯୋଗୁଁ ଚାଉଳ ଗହମ କିରୋସିନି, ନାମ ଥିଲା ଲୋକମାନଙ୍କୁ ମିଲୁଥିବା ବେଲେ ଅନ୍ୟ ସଦସ୍ୟ ମାନଙ୍କୁ ମିଳୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଗରିବ ହିତାଧିକାରୀ ମାନଙ୍କୁ ସମସ୍ତ ପ୍ରକାର ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ଡିଣ୍ଡିମ ପିଟୁଥିଲେ ମଧ୍ୟ ପଞ୍ଚାୟତ ସରପଞ୍ଚ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହିତାଧିକାରୀ ମାନେ ବଞ୍ଚିତ ହେଉଛନ୍ତି। ଏ ବିଷୟରେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା। ଅଗାମୀ ୭ ଦିନ ମଧ୍ୟରେ ରାସନ କାର୍ଡରେ ଅନ୍ୟ ପରିବାର ସଦସ୍ୟ ଙ୍କ ନାମ ପୁରଣ ନକଲେ ଖଡିଆଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାମନାରେ ଧାରଣାରେ ବସିବା ପାଇଁ ୩୫ ଜଣ ହିତାଧିକାରୀ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top