୩୫ ଆଇସିଡିଏସ୍ ସୁପରଭାଇଜର ପଦ ପାଇଁ ୧୬୪ ପରୀକ୍ଷାର୍ଥିନୀ

କେନ୍ଦ୍ରାପଡ଼ା ୨୭/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଜିଲାରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ୪୨ ସୁପରଭାଇଜର ପଦ ଖାଲିପଡିଛି। ସେଥି ମଧ୍ୟରୁ ଆଜି ୩୫ ପଦ ପାଇଁ ୧୬୪ ପରୀକ୍ଷାର୍ଥିନୀ ତୁଳସୀ ମହିଳା ମହାବିଦ୍ୟାଳୟରେ ଲିଖିତ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୯୮ ପରୀକ୍ଷାର୍ଥିନୀ ଦରଖାସ୍ତ କରିଥିଲେ। ଅବଶିଷ୍ଟ ଦରଖାସ୍ତ ଗୁଡିକ ବିଭିନ୍ନ କାରଣରୁ ନାକଚ ହୋଇଯାଇଥିଲା। ପରୀକ୍ଷାର୍ଥିନୀମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା କମ୍ପ୍ୟୁଟର ସହିତ ସ୍ନାତ୍ତକ ଥିବା ବେଳେ ଅଧିକାଂଶ ପରୀକ୍ଷାର୍ଥôନୀଙ୍କ ଯୋଗ୍ୟତା ସ୍ୱାତ୍ତକତୋର ଥିବା ଜଣାପଡିଛି। ଖାଲି ପଡିଥିବା ଅବଶିଷ୍ଟ ପଦ ଗୁଡିକ ଅଙ୍ଗନୱାଡି କର୍ମୀଙ୍କ ପଦୋନ୍ନତି ଭିତ୍ତିରେ ପୁରଣ କରାଯିବ। ଏହି ପଦ ଗୁଡିକ ବର୍ଷ ବର୍ଷ ଧରି ଖାଲି ପଡିଥିବାରୁ ଉପଯୁକ୍ତ ତଦାରଖ ଅଭାବରୁ ଜିଲାରେ ଛତୁଆ ବଣ୍ଟନଠାରୁ ଆରମ୍ଭ କରି ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଅଚଳାବସ୍ଥାରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *