୩୪୧ ଟି ସିପାହୀ ଓ କନେଷ୍ଟବଳ ଏବଂ ୪୬ ଟି ଏପିପି ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ୧୫୪ ଜଣ ଶିକ୍ଷକଙ୍କ ନିଯୁକ୍ତି

ଭୁବନେଶ୍ୱର ୬-୯ (ଓଡ଼ିଆ ପୁଅ) ରାଜ୍ୟରେ ୩୪୧ଟି ସିପାହୀ ଓ କନେଷ୍ଟବଳ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୧୬୮୦ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଆଉ ୩୪୧ଟି ପଦବୀ ପୂରଣ ପାଇଁ ସରକାରଙ୍କ ନିଷ୍ପତ୍ତି ଯୋଗୁ ସମୁଦାୟ ୨୦୨୧ଟି ସିପାହୀ ଓ କନେଷ୍ଟବଳ ପଦବୀ ପୂରଣ କରାଯିବ।

ସେହିପରି ୪୬ଟି ନୂଆ ଏପିପି (Assistant Public Prosecutor) ପଦବୀ ପୂରଣ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି। ସୂଚନାଯୋଗ୍ୟଯେ, ଏପିପି କ୍ୟାଡରରେ ୨୦୯ଟି ପଦବୀ ରହିଛି। ନିକଟରେ ୧୪୮ଟି ଏପିପି ପଦବୀ ପୂରଣ କରାଯାଇଛି ଏବଂ ବର୍ତ୍ତମାନ ଏହି ପଦବୀରେ ୧୬୩ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ବାକି ୩୪୧ଟି ପଦବୀ OPSC ଜରିଆରେ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଛି।

ସେହିପରି ସ୍ନାତ୍ତକୋତ୍ତର ଶିକ୍ଷକ (PGT) ପଦବୀ ପାଇଁ ୧୫୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି ‘ OPSC ଜରିଆରେ ୨୦ଟି ଗୃପ-ବି ପାହ୍ୟାର ଶିକ୍ଷକ ପଦବୀ ପୂରଣ କରିବାପାଇଁ ଅନୁମୋଦନ କରାଯାଇଥିବା ବେଳେ ଏହା ୧୫୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛି। ସେମାନଙ୍କୁ ଖୁବ ଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *