ad
ଅନୁଗୁଳ

୩୩ତମ ମା ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ମହତାବ କ୍ଲବ, ସମ୍ବଲପୁରକୁ ହରାଇ ପ୍ରୋଗ୍ରେସିଭ କ୍ରିକେଟ କ୍ଲବ, ଝାରସୁଗୁଡ଼ା ବିଜୟୀ

ତାଳଚେର୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗଜରାଜ ସିଂ ଷ୍ଟାଡିୟମ, ଗୋପାଳପ୍ରସାଦ ଠାରେ ଚାଲିଥିବା ୩୩ତମ ମା ହିଙ୍ଗୁଳା କପ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ପ୍ରୋଗ୍ରେସିଭ କ୍ରିକେଟ କ୍ଲବ, ଝାରସୁଗୁଡ଼ା ଏବଂ ମହତାବ କ୍ଲବ, ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ପ୍ରୋଗ୍ରେସିଭ କ୍ଲବ ସେମି ଫାଇନାଲକୁ ଉନ୍ନିତ ହୋଇଛି। ପ୍ରଥମେ ପ୍ରୋଗ୍ରେସିଭ କ୍ଲବ ଟସ୍ ଜିଣି ମହମ୍ମଦ ସାହ ଅରମାନଙ୍କ ଅର୍ଦ୍ଧଶତକୀୟ ପାରି ୫୮ରନ୍ ଏବଂ କେଶବ ସିଂଙ୍କ ମୂଲ୍ୟବାନ ୩୬ ରନ୍ ବଳରେ ୧୯୨ରନ୍ କରିଥିଲେ। ଜବାବରେ ମହତାବ କ୍ଲବ, ସମ୍ବଲପୁର ସୟିଦ ହରୁନ୍ ଙ୍କ ୩୬ ରନ୍ ଏବଂ ସୟିଦ ୱାସିମ୍ ଙ୍କ ୩୨ରନ୍ ସାହାଯ୍ୟରେ ୧୪୩ ରନ୍ କରି ଅଲଆଉଟ୍ ହୋଇଥିଲେ। ଫଳରେ ପ୍ରୋଗ୍ରେସିଭ କ୍ଲବ ୫୦ରନ୍ ରେ ମହତାବ କ୍ଲବକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଏହା ଶେଖର ସ୍ପୋଟିଂ କ୍ଲବକୁ ଭେଟିବ। ପ୍ରୋଗ୍ରେସିଭ କ୍ରିକେଟ କ୍ଲବ, ଝାରସୁଗୁଡ଼ାର ସଞ୍ଜୟ ଦାସ ୩ଟି ମୁଖ୍ୟ ୱିକେଟ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଉକ୍ତ ଖେଳକୁ ଜୟକୃଷ୍ଣ ରାଉତ ଏବଂ ତ୍ରିନାଥ ସିଂ ପରିଚାଳନା କରିଥିଲେ। ଦୀପକ ସାମଲ ଏବଂ ସନ୍ତୋଷ ସାମଲ ସ୍କୋରର ଦାୟିତ୍ୱ ତୁଲାଇ ଥିବାବେଳେ ପ୍ରତାପ ଚନ୍ଦ୍ର ଦେହୁରୀ ଓ ଦୁଷ୍ମନ୍ତ ବିଶୋଇ ଧାରା ବିବରଣୀ ପ୍ରଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top