୩୦ ମିଟରର କୋଚିଳା ନଦୀବନ୍ଧ ଧସିଲା

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ନଦୀରୁ ଜଳସ୍ତର ହ୍ରାସ ପାଇବା ପରେ ଆଜି ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ତରେଇସାହି ଠାରେ କୋଚିଳା ନଦୀବନ୍ଧର ବାମପାର୍ଶ୍ୱ ପ୍ରାୟ ୩୦ ମିଟରର ଧସିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇ ପଡିଥିବା ବେଳେ ଖବରପାଇ ଜଳ ସଂପଦ ବିଭାଗ ପକ୍ଷରୁ ସେଠାରେ ଅସ୍ଥାୟୀ ଭାବେ ମରାମତି କାର୍ଯ୍ୟ କରିଛନ୍ତି। ପ୍ରକାଶ ଥାଉକି ଗତବର୍ଷ ସେହି ସ୍ଥାନରେ ବନ୍ଧରୁ ମାଟି ଅତଡା ଧସିଥିଲା ପରବର୍ତ୍ତୀ ସମୟରେ ସେଠାରେ ପଥର ପ୍ୟାକିଂ କରାଯାଇଥିଲା। ପୁଣି ସେହି ସ୍ଥାନରେ ନଦୀବନ୍ଧ ଧସିବାର କାରଣ ସଂପର୍କରେ କନିଷ୍ଠ ଯନ୍ତ୍ରୀ କିଶୋର ଦାସ କହନ୍ତି, ନଦୀର ତଳ ଭାଗରେ କାଦୁଆ ଅଂଶ ରହୁଥିବା ବେଳେ ଉପର ଅଂଶରେ ବାଲି ରହୁଛି। ନଦୀରେ ପାଣି ଭରପୁର ଥିବା ବେଳେ ବନ୍ଧ ପ୍ରତି କୌଣସି ବିପଦ ସୃଷ୍ଟି ହେଉନାହିଁ। ଯେତେବେଳେ ନଦୀର ଜଳସ୍ତର କମୁଛି ସେତେବେଳେ ନଦୀର ତଳଭାଗରେ ଥିବା କାଦୁଆ ଅଂଶ ଥିବାରୁ ବନ୍ଧରେ ଫାଟ ସୃଷ୍ଟି ହେଉଛି ଏବଂ ଧସିଥିବା ସ୍ଥାନର ଉପରମୁଣ୍ଡରେ କୋଚିଳା ନଦୀ ଉପରେ ନିର୍ମିତ ପକ୍କାପୋଲର ଉଙ୍ଗିୱାଲଟି ଏକବର୍ଷ ହେବ ଭାଙ୍ଗି ନଦୀଗର୍ଭରେ ପଡିଥିବାରୁ ଜଳର ଦୀଗ ପରିବର୍ତ୍ତନ ହୋଇ ଏହି ବନ୍ଧ ଉପରେ ପ୍ରଭାବ ପକାଉଛି। ଯାହାଫଳରେ ନଦୀରୁ ଜଳସ୍ତର କମିବା ଦ୍ୱାରା ବନ୍ଧରେ ଫାଟ ସୃଷ୍ଟି ହେଉଛି। ଅପରପକ୍ଷେ ବନ୍ଧର ଅନେକ ସ୍ଥାନରେ ଏପରି ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏନେଇ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ ଘଟଣାର ପରିଦର୍ଶନ କରି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଂଚଳର ଅକ୍ଷୟ କୁମାର ନାୟକ, ନୃସିଂହ ଲେଙ୍କା, ତପନ ରାଉତ, ବିଶ୍ୱମୋହନ ରାଉତ, ଦିଲ୍ଲୀପ ନାୟକ, ସୁଧାଂଶୁ ରାଉତ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *