୩୦ ବର୍ଷିୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨୬ ବର୍ଷିଆ ଯୁବକ ଗିରଫ

କେନ୍ଦୁଝର, ତା୦୫.୦୫ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ଥାନା ନିକଟସ୍ଥ ଟେଣ୍ଟେଇନାଳୀ ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଖୁଣ୍ଟାପଡା ଗ୍ରାମ ପଞ୍ଚାୟତ ବେଣା ଗ୍ରାମର ସୁଶିଲ ନାଏକ(୨୬)ଙ୍କୁ ତେଲକୋଇ ପୋଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ ଟେଣ୍ଟେଇନାଳୀ ଗ୍ରାମର ଜଣେ ୩୦ ବର୍ଷିୟା ବିବାହିତା ମହିଳା ରାତି ୧୨ଟା ବେଳେ ଘରପଛ ପଟକୁ ପରିସ୍ରା ଯାଇଥିଲେ। ଉକ୍ତ ଗ୍ରାମର ଗୋଟିଏ ବାହାଘରକୁ ଆସିଥିବା ସୁଶିଲ ନାଏକ ମହିଳାଙ୍କୁ ଏକା ପାଇ ଦୁଷ୍କର୍ମ କରିଥିବାର ତେଲକୋଇ ଥାନାରେ ଗତ ୪ତାରିଖ ଅଭିଯୋଗ ହେଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସୁଶିଲକୁ ଗିରଫ କରିବା ସହ ଅଭିଯୋଗକାରୀଙ୍କୁ ଡାକ୍ତରୀମାଇନା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣାପଡିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ମହିଳାଙ୍କ ସହ ସୁଶିଲର ଅନେକ ଦିନ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା କିନ୍ତୁ ଏବେ ଧରାପଡିବାରୁ ସ୍ବାମୀଙ୍କ ଚାପରେ ଥାନାରେ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *