୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ: ହରିଆଣା ଚୋରା ଚାଲାଣ ହେଉଥିଲା ଗଞ୍ଜେଇ

କୋରାପୁଟ ୪-୮ (ଓଡ଼ିଆ ପୁଅ/ରଞ୍ଜନ ଦାସ): ବୈପାରିଗୁଡ଼ାରୁ ଆନ୍ଧ୍ର ଯାଉଥିବା ଏକ ଟ୍ରକକୁ ଅଟକାଇ ରଖିବା ପରେ ସନ୍ଦେହ ହେବାରୁ ପୋଲିସ ଟ୍ରକର ଯାଞ୍ଚ କରିଥିଲା। ଏସ ଟି ଏଫ ନୋଡାଲ ଅଧିକାରୀ ଟି.ଜେ.ରେଡ଼ିଙ୍କ ନେତୃତ୍ୱରେ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରକ ଯାଞ୍ଚ କରାଯାଇ ପ୍ରାୟ ୩୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ବୈପାରିଗୁଡ଼ାରୁ ହରିୟାଣା ଯାଉଥିଲା। ଟ୍ରକରେ ଝାଡୁ ବୋଝେଇ ହୋଇଥିବାବେଳେ, ମଝିରେ ଗଞ୍ଜେଇ ବସ୍ତା ରଖି ଚୋରା ଚାଲାଣ କରା ଯାଉଥିଲା। କୋରାପୁଟ ଆର ବି ଛକ ନିକଟରେ ଟ୍ରକଟିକୁ ସନ୍ଦେହରେ ପୋଲିସ ଅଟକାଇ ଥିଲା। ପୋଲିସ ତଦନ୍ତ ଜାରୀ ରଖିଛି।

Leave a Reply

Your email address will not be published. Required fields are marked *