ଜିଲ୍ଲା ପରିକ୍ରମା

୩୦୦ଶଯ୍ୟା ବିଶିଷ୍ଟ ମେଡିକାଲ ସହ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗନ ଓ ଗରିବ ଭୁମିହିନଙ୍କୁ ଜମିପଟା ବଟଂନର ବ୍ୟବସ୍ଥା କରିବା ପାଇଁ ନୂତନ ବର୍ଷରେ ଜିଲ୍ଲାପାଳ ଓ ବିଧାୟକଙ୍କ ସଂଙ୍କଳ୍ପ

ମାଲକାନଗିରି, ୧ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୨୦୧୮ ନୂତନବର୍ଷରେ ଜିଲ୍ଲାଉନ୍ନୟନ କ୍ଷତ୍ରରେ କି କି ନୂଆ ଯୋଜନା କରିଛନ୍ତି ବୋଲି ଆମେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଓ ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କୁ ଭେଟିଥିଲୁ। ମାଲକାନଗିରି ଜିଲ୍ଲାକୁ ସବୁ କ୍ଷେତ୍ରରେ ଉନ୍ନତିକରିବାସହିତ ରାଜ୍ୟର ଏକ ନମ୍ବର ଜିଲ୍ଲାଭାବେ ପ୍ରତିଷ୍ଟାକରି ଜିଲ୍ଲାର ଉନ୍ନତି ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ସହିତ ଜିଲ୍ଲାବାସୀ ଙ୍କ ର ସହ ଯୋଗର ଆବସ୍ୟକ ରହିଛି, ଚଳିତ ବର୍ଷ ଉତମ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀଙ୍କୁ ୩୦୦ ଶଯ୍ୟାବିଶିଷ୍ଟ ସାତମହାଲା ମେଡିକାଲ ଭେଟି ଦିଆଯିବ, ଜିଲ୍ଲାର ଅନେକ ଦୁର୍ଗମ ଗାଁଗୁଡିକକୁ ଭଲରାସ୍ତାଟିଏ ନଥିବାରୁ, ଚଳିତ ବର୍ଷ ଦୁର୍ଗମ ଅପହଁଚ ଇଲାକା ଗାଁଗୁଡିକୁ ଜିଲ୍ଲାସଦର ମହକୁମାଠାରୁ ସଂଯୋଗକରା ଯିବାସହିତ ପ୍ରଥମ ପର୍ଯ୍ୟାୟରେ ବିଛିନ୍ନାଚଂଳ ଓ ବଣ୍ଡାଘାଟି ଅଚଂଳକୁ ଭଲରାସ୍ତାନିର୍ମାଣ କରାଯିବ, ଗୁରୁପ୍ରୀୟା ସେତୁ ନିର୍ମାଣ ଖୁବଶିଘ୍ର ସରିବ, ଜୟପୁର ମାଲକାନଗିରି ରାଜପଥ ନିର୍ମାଣକାମ ଅଳ୍ପଦିନ ମଧ୍ୟରେ ସରିବାକୁ ଯାଉଛି, ଏହାବ୍ୟତିତ ବିଭିନ୍ନ ଦୃଗମ ଅପହଁଚ ଗ୍ରାମଗୁଡିକରେ ମାସକୁ ମାସ ସ୍ୱାସ୍ଥ୍ୟ ସେବାଶିବିର କରା ଯାଇ ଗରିବ ରୋଗୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦିଆ ଯିବ, ଜିଲ୍ଲାରେ କେହି ଭୋକରେ ରହିବେନାହିଁ, ସମମସ୍ଥଙ୍କୁ କାମ ଯୋଗାଇଦିଆ ଯିବା ସହିତ ଗରିବ ଅସହାୟବୃଦ୍ଧ ବୃଦ୍ଧା ମାନଙ୍କୁ ବାର୍ଦ୍ଦକ୍ୟ ଭତା, ଇନ୍ଦୀରୀଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ରେ ସାମିଲକରା ଯିବ, ଇତିମଧ୍ୟରେ ବିଭିନ୍ନ ଗାଁଗହଳରେ ଆଦିବାସୀ ହରିଜନ ଛାତ ଛାତ୍ରୀଙ୍କ ପାଇଁ ସ୍କୁଲ ମାନଙ୍କରେ ବହୁପରିମାଣରେ ହଷ୍ଟେଲ ଖୋଲା ଯାଇଛି, ଶିକ୍ଷା ପାଇଁ ଆହୁରି ଅଧିକ ସ୍କୁଲଗୁଡିକରେ ହଷ୍ଟେଲ ଖୋଲାଯିବାର ବ୍ୟବସ୍ଥାକାର ଯାଉଛି। ଏହା ବ୍ୟତିତ ଜିଲ୍ଲାରେ ସବୁ ପ୍ରକାର ସରକାରଙ୍କ ଉନ୍ନୟନମୁଳକ କାର୍ଯ୍ୟ ଠିକ ଭାବେ କରାଯାଇ ଅଧୁରା କମାଗୁଡିକୁ ଖୁବ ଶିଘ୍ର ସମ୍ପୁର୍ଣ୍ଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି କହିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସଦର ମହକୁମା ସହ ଗ୍ରାମାଚଂଳରେ ଅନେକ ଗରିବ ଲୋକ ଙ୍କର ଭୁମିହିନ ଓ ଜମିପଟା ଟିଏ ନଥିବାରୁ ସରକାରଙ୍କ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟରେ ସାମିଲ ହୋଇପାରୁନାହାଁନ୍ତି, ସହର ସହିତ ଗ୍ରାମାଚଂଳ ଗରିବ ଲୋକଙ୍କୁ ଆଗ୍ରାଧିକାର ଭିତିରେ ଚଳିତବର୍ଷ ଘରଡିହ ପଟା ଦେବା ନିମନ୍ତେ ଚେଷ୍ଟାକରିବାସହିତ ଅନ୍ୟାନ ସରକାରି ଉନ୍ନୟନ କାର୍ଯ୍ୟରେ ସେମାନେ ଯେପରି ସମିଲହୋଇ ତାହାର ସୁବିଧା ସୁଯୋଗ ନେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟପ୍ରତି ଅଧିକ ଗୁରୁତ୍ୱ ଦିଆଯିବାବୋଲି ମାଲକାନଗିରି ବିଧାୟକ ମାନସ ମାଡକାମି ଏହା ଆମର ସଙ୍କଳ୍ପ ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top