୩ୟ ଜାତୀୟ ଦେଓମାଳି ନାଟ୍ୟ ମହୋତ୍ସବ ଉଦଯାପିତ

କୋରାପୁଟ ; ତା୦୬-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ନନ୍ଦନିକ ନାଟ୍ୟମଣ୍ଡଳୀ ଦ୍ୱାରା ଆୟୋଜିତ ୩ ୟ ଜାତୀୟ ଦେଓମାଳି ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି।ଭୁବନେଶ୍ୱର, ସମ୍ବଲପୁର, କଲିକତା ଓ କୋରାପୁଟ କଳାକାରମାନଙ୍କ ନାଟକ ପରିବେଷଣ କରାଯାଇଥିଲା।ମନୋଜ ମିତ୍ରଙ୍କ ଦ୍ୱାରା ଲିଖିତ ନାଟକ ତକ୍ଷକ କୋରାପୁଟ ନନ୍ଦନିକ ନାଟ୍ୟମଣ୍ଡଳୀ ଦ୍ୱାରା ମଂଚସ୍ଥ କରାଯାଇଥିଲା।ମହାଭରତର କାହାଣୀ ଉପରେ ଆଧାରିତ ଏହି ନାଟକରେ ମୃତ୍ୟୁ ଉପରେ ଜିବନର ବିଜୟ ରେ ନାଟ୍ୟ ଜରିଆରେ ବର୍ଣ୍ଣନା କରାଯାଇଥିଲା।ପ୍ରସିଦ୍ଧ ଅଭିନେତା ଅଶୋକ ମୁଖୋପାଧ୍ୟାୟଙ୍କ ଦ୍ୱାରା କୁଶିଲବ ନାଟକ ମଧ୍ୟ ମଂଚସ୍ଥ କରାଯାଇଥିଲା।ଏହି ନାଟକରେ ସ୍ୱାଧିନତା ପୂର୍ବରୁ ବଙ୍ଗର ଅର୍ଥନୈତିକ ଓ ରାଜନୈତିକ ଅବସ୍ଥା ଯାହା ଜଣେ ବୟସ୍କ ବ୍ୟକ୍ତିଙ୍କ ଦୃଷ୍ଟିରେ ବର୍ଣ୍ଣନା କରାଯାଇଥିଲା।କଲିକତା ଥିଏଟର ସଂସ୍ଥାର ପ୍ରଯୋଜନା ଓ ଏସ.ଚକ୍ରବର୍ତିଙ୍କ ଦ୍ୱାରା ଲିଖିତ ନାଟକକୁ ଦର୍ଶକମାନେ ଏକ ଭିନ୍ନଭାଷାରେ ଦେଖିବାର ଆନନ୍ଦ ନେଇଥିଲେ।ନନ୍ଦନିକର ପ୍ରଫେସର ସୈାରଭ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମାଜସେବୀ କୃଷ୍ଣ ସିଂ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ନନ୍ଦନିକର ସଂପାଦିକା ମୋନିଦୀପା ଗୁପ୍ତା ଯୋଗଦେଇ ପରିଚାଳନା କରିଥିବା ବେଳେ କବିୟତ୍ରୀ ମିନା କୁମାରୀ ସ୍ୱାଇଁ ମଂଚ ପରିଚାଳନା କରିଥିଲେ।ଏହି ଅବସରରେ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *