୩ଲକ୍ଷ ଟଙ୍କାର ଚୋରା କାଠ ଜବତ, ଜଣେ ଗିରଫ

ରାଉରକେଲା ୧୪ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ବନବିଭାଗ ପକ୍ଷରୁ ଲାଠିକଟା ବ୍ଲକ ଅଂଚଳରେ ଚଢାଉ କରାଯାଇ ୮୦ ସିଏଫଟି ଚୋରା କାଠ ଜବତ କରିବା ସହ ଏହି ଘଟଣାରେ ଜଣେ ଚୋରା କାଠ ବେପାରୀକୁ ଗିରଫ କରାଯାଇଛି। ଜବତ ହୋଇଥିବା କାଠର ମୂଲ୍ୟ ୩ ଲକ୍ଷ ଟଙ୍କାର ହେବ ବୋଲି ପ୍ରାଥମିକ ତଦନ୍ତ କାଳରେ ଜାଣିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଡିଏଫଓ ସଂଜୟ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଲାଠିକଟା ଏସସିଏଫ ଦିଲୀପ ସାହୁ ଲାଠିକଟା ଓରିଣ୍ଡ କଲୋନୀ ପଛ ପାଖରେ କାଠ ବ୍ୟବସାୟ ବହୁ ଦିନରୁ ଚଳାଇ ଆସୁଥିବା କାଠ ବ୍ୟବସାୟୀ ଜ୍ଞାନଚନ୍ଦ୍ର ପ୍ରସାଦଙ୍କ କାଠ ଗୋଦାମରେ ଚଢାଉ କରାଯାଇଥିଲା। ଚଢାଉ କାଳରେ ତାଙ୍କ ଗୋଦାମରୁ ୮୦ ସିଏଫଟି ମୁଲ୍ୟବାନ କାଠ ଜବତ କରାଯାଇଥିଲା। ଏହି ଚଢାଉରେ ବନବିଭାଗ ପକ୍ଷରୁ ଏସସିଏଫ ଦିଲିପ ସାହୁ, ଦେବେନ୍ଦ୍ର ପ୍ରଧାନ, ଫରେଷ୍ଟର ରଶ୍ମି ରଂଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଏହି ଚଢାଉ ଫଳରେ ଲାଠିକଟା ଓ ପାଶ୍ୱବର୍ତ୍ତୀ ଅଂଚଳରେ ଚୋରା କାଠ କାରବାର କରୁଥିବା ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି, ବହୁ ଦିନରୁ ଲାଠିକଟା ଅଂଚଳରେ କିଛି ଚୋରା କାଠ ବ୍ୟବସାୟୀ ନିକଟସ୍ଥ ଜଙ୍ଗଲରୁ ଗଛ କାଟି ଚୋରାରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା କାଠ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *