ଓଡ଼ିଶା

୩ନକଲି ମାଓବାଦୀ ଗିରଫ

କୋରାପୁଟ; ତା୧୧-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲା ବନ୍ଧୁଗାଁ ପୋଲିସ ଆଜି ତିନିଜଣ ନକଲି ମାଓବାଦୀଂକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାନେ ହେଲେ ନାରାୟଣ ପାଟଣାର ମୂରଲୀ କ୍ରିଷ୍ନା, କେଲୁବାଡି ଗ୍ରାମର ତିଲିସୁ ହୁଇକା ଓ ଲୋକନାଥ ପାଙ୍ଗୀ। ଗିରଫ ତିନିଜଣ ରବୀନ୍ଦ୍ର ନାୟକ ନାମକ ଜଣେ ଠିକାଦାରଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ଦାବି କରିବା ସହା ଟଙ୍କା ନ ଦେଲେ ମୃତ୍ୟୁଦଣ୍ଡ ଦେବାକୁ ଧମକ ଦେଇଥିଲେ। ରବିବାର ସମ୍ପୃକ୍ତ ଠିକାଦାର ସେମାନଂକୁ ୨ଲକ୍ଷ ଟଙ୍କା ଅଗ୍ରୀମ ଦେବା ସହ ଥାନାରେ ଏକ ମାମଲା ଦାୟର କରିଥିଲେ। ପୋଲିସ ଆଜି ଚଢଉ କରି ତିନିଜଣକୁ ଗିରଫ କରିବା ସହ ୨ଲକ୍ଷ ଟଂକା, ଗୋଟିଏ ମୋଟର ସାଇକଲ ଓ ୬ଟି ମୋବାଇଲ ଜବତ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top