ଓଡ଼ିଶା

୩ଦଫା ଦାବି କାର୍ଯ୍ୟକାରି କରିବା ଦାବିରେ ୧୭ ଜୁଲାଇରେ ଗ୍ରୁପ୍ ‘ଡି’ କର୍ମଚାରୀଙ୍କ ରାଜ୍ୟ ରାଜଧାନୀରେ ମହାସଂଗ୍ରାମର ଆହ୍ୱାନ

ଭୁବନେଶ୍ୱର, ତା ୫ା୭ (ଓଡ଼ିଆ ପୁଅ) : ରାଜ୍ୟର ୬୦ ହଜାର ଗ୍ରୁପ୍ ‘ଡ’ କର୍ମଚାରୀଙ୍କ ଦାବି ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣକୁ ଗ୍ରୁପ୍ ‘ଡି’ କର୍ମଚାରୀମାନେର କଡ଼ା ସମାଲୋଚନା କରିଛନ୍ତି। ୟୁନିଟ୍-୩ସ୍ଥିତ ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ ସଂଘ ପରିସର ସଭାପତି ଶ୍ରୀ ଗଙ୍ଗାଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସଂଘ କର୍ମକର୍ତ୍ତାମାନେ ଯୋଗଦେଇ କହିଛନ୍ତି ଯେ ୬ଷ୍ଠ ବେତନରେ ଥିବା ତ୍ରୁଟି ସଂଶୋଧନ ସ୍ୱରୂପ ପିବି-୧ ମାନ୍ୟତା ସହ ଗ୍ରେଡ୍ ବେତନ ବୃଦ୍ଧି ଅବସର ବୟସ ୬୨ ବର୍ଷକୁ ବୃଦ୍ଧି, ଅସ୍ଥାୟୀ କର୍ମଚାରୀ ଡି.ଏଲ୍.ଆର ଠିକା କର୍ମଚାରୀ, ଟେମ୍ପୋରାରି ଷ୍ଟାଟସ୍ ଓ ୱାର୍କଚାର୍ଜଡ୍ କାର୍ଯ୍ୟରତ ଥାଇ ଦରମା ଗ୍ରହଣ କରୁଥିବା କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତିରେ ଅବସ୍ଥାପିତ କରିବାରେ ଅହେତୁକ ଅବହେଳା ଓ ମନୋମୁଖି ମାରଣନୀତିକୁ ଦୃଢ ଜବାବ ଦେବାପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ୧୭ରେ ସହସ୍ରାଧିକ ସଂଖ୍ୟାରେ ଗ୍ରୁପ୍ ‘ଡି’ କର୍ମଚାରୀମାନେ ଭୁବନେଶ୍ୱରରେ ଏକାଠି ହୋଇ ଏକ ବିଶାଳ ପଟୁଆରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ପୂର୍ବରୁ ତିନିତିନିଧର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ଅମଲାତନ୍ତ୍ରୀ ବାଧକ ସୃଷ୍ଟି କରିଛନ୍ତି ବୋଲି ଗୁରୁତ୍ୱାରୋପ କରିଛନ୍ତି। ଯଦିଓ ଖୋଦ୍ ମୁଖ୍ୟମନ୍ତ୍ରୀ ଦାବିପତ୍ର ଗ୍ରହଣ ନ କରନ୍ତି, ତେବେ ରାଜରାସ୍ତାରେ ଆନ୍ଦୋଳନ ମହାସଂଗ୍ରାମରେ ପରିଣତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପ୍ରକାଶଥାଉକି, ସର୍ବଭାରତୀୟ ଗ୍ରୁପ୍ ‘ଡି’ ମହାସଂଘର ନିଷ୍ପତ୍ତିକ୍ରମେ ଜୁଲାଇ ୧୭ରେ କେବଳ ଓଡ଼ିଶା ନୁହେଁ, ସ୍ୱସ୍ୱ ରାଜ୍ୟରେ ମହାସଂଗ୍ରାମର ଡାକରା ଦିଆଯାଇଥିବାରୁ ରାଜଧାନୀ ଭୁବନେଶ୍ୱରରେ ଗ୍ରୁପ୍ ‘ଡି’ କର୍ମଚାରୀମାନେଏକତ୍ରିତ ହୋଇ ସରକାର ଓ ଅମଲାତନ୍ତ୍ରୀଙ୍କ ପ୍ରଶାସନିକ ଶାସନ ବ୍ୟବସ୍ଥା ଦୃଢ ସମାଲୋଚନା କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ଦାସ, ସବୟଭାରତୀୟ କର୍ମଚାରୀ ନେତା ଅଜୟ କୁମାର ନାୟକ, ଗଗନ ଭଞ୍ଜ, ଏକାଦଶୀ ପରିକ୍ଷା, ମାୟାଧର ବାରିକ, ଅନାଦି ଚରଣ ଶତପଥି, ହୃଷିକେଶ ମହାନ୍ତି, ମେରୁ ବାରିକ, ଜୟଦେବ ପ୍ରଧାନ, ରୋହିତ ବାରିକ ପ୍ରମୁଖ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top