ଓଡ଼ିଶା

୩ତାରିଖ ଠାରୁ ଆରମ୍ଭ ହେବ ହୋକ୍ ଫେୟାର

ପୁରୀ ୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ୩ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୧୬ତମ ଜାତୀୟ ଲୋକମେଳା ଓ ଲୋକ ନୃତ୍ୟ ମହୋତ୍ସବ ଓ ନବମ କୃଷି ମେଳା, ଜାତୀୟ ସ୍ତରୀୟ ଏହି ଆଦଦିବାସୀ ଲୋକ ନୃତ୍ୟ ସଙ୍ଗୀତ ମହୋତ୍ସବରେ ଅରୁଣାଞ୍ଚଳ, ମଣିପୁର, ସିକିମ, ଆସାମ, ପଶ୍ଚିମବଙ୍ଗ, ଝାଡଖଣ୍ଡ, କେରଳ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଓ ଓଡିଶା ପ୍ରତି ରାଜ୍ୟରୁ ୪ଶହରୁ ଉର୍ଦ୍ଧ୍ୱ କଳାକାର ଯୋଗଦେବେ ବୋଲି ଦର୍ଶାଇଛନ୍ତି ଆୟୋଜକ। ହଲିଡେ ରିସର୍ଟ ସମ୍ମିଳନି କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର ମହାନ୍ତି ଚନ୍ଦ୍ର ବିଜୟୀ ମିଶ୍ର, ବିଶ୍ୱନାଥ ମହାପାତ୍ର ସୂଚନା ଦେଇ କହିଲେ ଯେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମେଳାକୁ ଉଦ୍ଘାଟନ କରିବେ। ଏହି ଅବସରରେ କେନ୍ଦ୍ର କୃଷି ଗବେଷଣାର ସଚିବ ଡଃ. ତ୍ରିଲୋଚନ ମହାପାତ୍ର, ଜନଜାତି କୃଷି ସମାଜସେବୀ କମଳା ପୂଜାରୀ, ସମାଜସେବୀ ଡି. ପ୍ରଭାକର ରାଓ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତକୁ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ। ବିଭିନ୍ନ ଦିବସରେ ଝାଡଖଣ୍ଡ ରାଜ୍ୟପାଳ, ଦ୍ରୌପଦି ମୁର୍ମୁ, କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଯଶୋବନ୍ତ ସିଂ, ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିଧାୟକ ସଞ୍ଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ସାର୍ଥକ ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ବିଶେଷ ଭାବେ ଉତ୍ତର- ପୂର୍ବ ରାଜ୍ୟର ଲୋକକଳା ଓ ସଙ୍ଗୀତ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଜାତୀୟ ସ୍ତରୀୟ କୃଷି ମେଳାରେ କୃଷି ମନ୍ତ୍ରଣାଳୟ, ଭୂ-ବିଜ୍ଞାନ ମନ୍ତ୍ରଣାଳୟ, ଜୈବ ବିଜ୍ଞାନ ମନ୍ତ୍ରଣାଳୟ, ନାରୀକେଳ ଉନ୍ନୟନ ବୋର୍ଡ ପ୍ରଭୃତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠାନର କୋଷାଧ୍ୟକ୍ଷ ନାରାୟଣ ପାତ୍ର, ବିଶ୍ୱନାଥ ପାତ୍ର, ସାଂସ୍କୃତିକ ସମ୍ପାଦକ ଦିବ୍ୟାଂଶୁ ପ୍ରସାଦ ଦାସ, ନବକିଶେର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top