୩ଜଣିଆ କମିଟି ଭାରତର ପ୍ରମୁଖ ତୀର୍ଥସ୍ଥଳ ପରିଦର୍ଶନ କରି ଶ୍ରୀମନ୍ଦିର ପାଇଁ ପ୍ଲାନ ପ୍ରସ୍ତୁତ କରିବେ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ହେଉଥିବା ଶୋଷଣ ପରିଚାଳନା ଗତ ସଂସ୍କାର ପାଇଁ ସୁପ୍ରିମକୋର୍ଟ ନିଦେର୍ଦ୍ଧଶ ଆଧାରରେ ୩ଜଣିଆ କମିଟି ଗଠନ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ସୁରେଶ ମହାପାତ୍ର, ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀକୁ ନେଇ ଭାରତବର୍ଷର ପ୍ରମୁଖ ତୀର୍ଥସ୍ଥଳ, ବୈଷ୍ଣବ ଦେବୀ, ଅମୃତସରର ସ୍ୱର୍ଣ୍ଣ ମନ୍ଦିର, ତିରୂପତି ମନ୍ଦିର ପରିଦର୍ଶନ କରିବେ। ଏହିସବୁ ତୀର୍ଥ ଭ୍ରମଣ କରିବା ସହ ଶ୍ରୀମନ୍ଦିରରେ ସଂସ୍କାର ଓ ଭକ୍ତଙ୍କ ଶୋଷଣ ବନ୍ଦ ପାଇଁ ଏକ ପ୍ଲାନ ଖୁବଶୀଘ୍ର ପ୍ରସ୍ତୁତ ହେବ ବୋଲି କମିଟିର ସଦସ୍ୟ ତଥା ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *