ଜିଲ୍ଲା ପରିକ୍ରମା

୨ ଶହରେ ପ୍ରବେଶ ଉସôବ

ଭଦ୍ରକ, ୧ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉ ହେଉ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ପ୍ରବେଶ ଉସôବ ଚିନ୍ତା ଘାରିଲାଣି । ସରକାର ଏଥିପାଇଁ ମାତ୍ର ୨ ଶହ ଟଙ୍କାର ବଜେଟ ପ୍ରସ୍ତୁତ କରିଥିବାବେଳେ ୬ ଦିନବ୍ୟାପୀ ଏହି ଉସôବ ପାଳନ ନେଇ ପ୍ରଧାନ ଶିକ୍ଷକମାନେ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଶିକ୍ଷାବର୍ଷ ଆରମ୍ଭକୁ ସୂଦୁର ପ୍ରସାରୀ କରିବା ସକାଶେ ଅପ୍ରେଲ ୨ ରୁ ୫ ତାରିଖ ଯାଏ ଶିକ୍ଷକ / ଛାତ୍ର ଏବଂ ଅଭିଭାବକଙ୍କୁ ନେଇ ଗାଁରେ ସଚେତନତା ଶୋଭାଯାତ୍ରା କରାଯିବ । ଉସôବର ଅନ୍ତିମ ଦିବସ ୬ ତାରିଖରେ ନବାଗତ ଛାତ୍ର ଛାତ୍ରୀଙ୍କୁ ଫୁଲ, ଚନ୍ଦନ ଏବଂ ସିନ୍ଦୁର ଲଗାଇ ନଡିଆପିଟି ସ୍ୱାଗତ କରାଯିବ । ଏଥି ସକାଶେ ବିଦ୍ୟାଳୟକୁ ଦେବାଳୟ ସଦୃଶ ସୁସଜ୍ଜିତ କରାଯାଇ ଆକର୍ଷଣୀୟ ଢଙ୍ଗରେ ସଜାଯିବ । ତେବେ ଏସବୁ କରିବାକୁ ସର୍ବଶିକ୍ଷା ମାଧ୍ୟମରେ ବିଦ୍ୟାଳୟ ପିଛା ୨ ଶହ ଟଙ୍କାର ଏକ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଇଛି । ଯାହାକି ସରକାରୀ ବିଦ୍ୟାଳୟରେ ପ୍ରବେଶ ଉସôବ ପାଳନ ସକାଶେ ଅତି ନଗନ୍ୟ । ଭଦ୍ରକ ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିତବବା ମୋଟ ବିଦ୍ୟାଳୟ ସଂଖ୍ୟା ୧ ହଜାର ୯୩୨ ହୋଇଥିବାବେଳେ ଏଥିରେ ପ୍ରାୟ ୧ ଲକ୍ଷ ୮୪ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top