୨ ବର୍ଷ ଲଢେଇ ପରେ ୧୫ ବର୍ଷ ତଳର ନ୍ୟାୟ ମିଳିଲା

ଯାଜପୁର-୧୪/୯(ଓଡିାା ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଜଣେ ହିତାଧିକାରୀଙ୍କ ଅଗୋଚରରେ ଇନ୍ଦିରାଆବସ ଅର୍ଥ ୧୫ ବର୍ଷ ତଳେ ଲୁଟ ହୋଇଥିଲା । ଏହା ହିତାଧିକାରୀ ୧୩ ବର୍ଷ ପରେ ଜାଣି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଳେ । ମାନ୍ୟବର ହାଇକେର୍ଟଙ୍କ ନିଦେ୍ର୍ଦଶ କ୍ରମେ ହିତାଧିକାରୀଙ୍କ ଇନ୍ଦିରାଆବାସ ଅର୍ଥ ଲୁଟ ହୋଇଥିବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ,କ ଆବାସ କାର୍ଯ୍ୟାଦେଶ ଦେବା ପାଇଁ ହଡପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଳେ । ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଧର୍ମଶାଳା ବିଡିଓ ହିତାଧିକାରୀଙ୍କୁ ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । କିନ୍ତୁ ଅର୍ଥ ହଡପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଧର୍ମଶାଳା ବ୍ଲକ ଅଭୟପୁର ଗ୍ରାମର ବିଜୟ ସ୍ୱାଇଁଙ୍କ ନାମରେ ୨୦୦୦-୨୦୦୧ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ଇନ୍ଦିରା ଆବାସ ଯୋଜନାରେ ୨୨ ହଜାର ଟଙ୍କା ମୂଲ୍ୟର ୨୪/୧୧/୨୦୦୧ ତାରିଖରେ କାର୍ଯ୍ୟାଦେଶ ଦିଆଯାଇଥିଲା । ୨୨/୧/୨୦୧୧ ତାରିଖଠାରୁ ୧୧/୬/୨୦୦୧ ତାରିଖ ମଧ୍ୟରେ ୪ଟି କିସ୍ତିରେ ୧୮ ହଜାର ୨୬୦ ଟଙ୍କା ଦିଆଯାଇଥିବା କେଶ ରେକଡରେ ଦର୍ଶାଯାଇଛି । କାର୍ଯ୍ୟାଦେଶ ଓ ଏହି ଅର୍ଥ ନେବାର ହିତାଧିକାରୀ ବିଜୟ ସ୍ୱାଇଁ ସମ୍ପୁର୍ଣର୍ ଅଜ୍ଞଥିଲେ ବୋଲି ୧୩ ବର୍ଷ ପରେ ଜାଣିବା ପରେ ଜିଲାପାଳ,ଉପଜିଲ୍ଲାପାଳ,ବିଡିଓଙ୍କ ଦ୍ୱାରସ୍ଥ ହୋଇ ନିରାଶ ହେବାପରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଳେ । ଡବ୍ଲୁ୍ୟପିସି ୨୩୯୨/୨୦୧୬ ନମ୍ବରରେ ମାନ୍ୟବର ହାଇକୋର୍ଟଙ୍କରେ ତା ୯/୨/୧୬ ରିଖରେ କେଶ ରୁଜୁ ହୋଇଥିଲା । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀନାଥ ମିଶ୍ର ପରିଚାଳନା କରୁଥିଲେ । କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ କଟକ କ୍ରାଇମବ୍ରାଞ୍ଚ ଏସ୍.ପି ଘଟଣାକୁ ତଦନ୍ତ କରି ମା୍ୟବର କୋର୍ଟକୁ ଟଙ୍କା ଲୁଟ ନେଇ ରିପୋଟ ପ୍ରଦାନ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି କେଶର ବିଚାର କରି ଟଙ୍କା ଲୁଟେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ହିତାଧିକାରୀ ବିଜୟକୁ ଇନ୍ଦିରା ଆବାସ ଯୋଗାଇ ଦେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଧର୍ମଶାଳା ବିଡିଓ ଅମ୍ବିକା ପ୍ରସାଦ ଦାଶ ଗତ ୬ ତାରିଖରେ ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୭୨୮ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ମାତ୍ର ୪ଟି କିସ୍ତିରେ ଦିଆଯାଇଥିବା ୧୮ ହଜାର ୨୬୦ ଟଙ୍କା ହଡପ କରିଥିବା ନେଇ ଜେ.ଇ,ସହକାରୀଯନ୍ତ୍ରୀ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ରାଜନେତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ହିତାଧିକାରୀ ବିଜୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ୨ ବର୍ଷ ଲଢିବା ପରେ ତାଙ୍କୁ ମାନ୍ୟବର କୋର୍ଟ ନ୍ୟାୟ ପ୍ରଦାନ କରିଛନ୍ତି । ଏବେ ସେ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ୧ଲକ୍ଷ ୩୦ ହଜାର ଟଙ୍କାର କାର୍ଯ୍ୟାଦେଶ ପାଇଛନ୍ତି । ମାତ୍ର ଲୁଟେରାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଏହି ବ୍ଲକରେ ପୂର୍ବରୁ ବହୁ ଇନ୍ଦିରାଆବାସ ଅର୍ଥ ଲୁଟ ହୋଇଥିବା ନେଇ ସନେ୍ଦହ ପ୍ରକଟ ସୃଷ୍ଟି ହୋଇଛି । ହିତାଧିକାରୀଙ୍କ ଅଗୋଚରରେ ବହୁ ଇନ୍ଦିରାଆବାସ ଅର୍ଥ ହରିଲୁଟ୍ ହୋଇଥିବା ତଦନ୍ତ ପାଇଁ ବିରୋଧିଦଳ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *