ଜିଲ୍ଲା ପରିକ୍ରମା

୨ ନମ୍ବର ମାର୍କେଟ ବିଲ୍ଡିଂରେ ଶ୍ରୀକ୍ଷେତ୍ର ସାଙ୍ଗୀ ପକ୍ଷରୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ତା ୨୭.୮ (ଓଡ଼ିଆ ପୁଅ) : ଭୁବନେଶ୍ୱରର ବରିଷ୍ଠ ନାଗରିକମାନଙ୍କୁ ନେଇ ଗଠିତ ଶ୍ରୀକ୍ଷେତ୍ର ସାଙ୍ଗୀ ତରଫରୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନ କରିବାକୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ୨ ନମ୍ବର ୟୁନିଟ୍ ସ୍ଥିତ ମାର୍କେଟ ବିଲ୍ ଡ଼ିଙ୍ଗ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ଶ୍ରୀକ୍ଷେତ୍ର ସାଙ୍ଗୀ ଅନୁଷ୍ଠାନର ସଭାପତି ମହେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଦେବବ୍ରତ ରଥ, ସନ୍ତୋଷ ପଟ୍ଟନାୟକ, ଶ୍ୟାମା ପ୍ରସାଦ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଦେବୀ ପ୍ରସାଦ ମହାନ୍ତି, ଅଦ୍ୱୈତ ସେନାପତି, ଚିତ୍ତରଞ୍ଜନ ମହାନ୍ତି, ସୁବାସ କର, ବରିଷ୍ଠ ସାମ୍ବାଦିକ ଅଜିତ୍ କୁମାର ମହାନ୍ତି, ଜୀମୂତ ମଙ୍ଗରାଜ ଏବଂ ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ୨ ନମ୍ବର ସେଣ୍ଟ୍ରାଲ ମାର୍କେଟ ବିଲ୍ ଡ଼ିଙ୍ଗ ଆସୋସିଏସନର ସାଧାରଣ ସମ୍ପାଦକ ଲିଟୁ ପରିଜା ଏବଂ ରବି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶ୍ରୀକ୍ଷେତ୍ର ସାଙ୍ଗୀ ତରଫରୁ ତିଆରି ହୋଇଥିବା କପଡ଼ା ବ୍ୟାଗ ସାଧାରଣ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ପ୍ଲାଷ୍ଟିକ ଏବଂ ପଲିଥିନ୍ ର ଅପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ସଚେତନତା ଫଳରେ ଲୋକମାନେ ମାର୍କେଟ ବିଲ୍ ଡ଼ିଙ୍ଗର ବିଭିନ୍ନ ଦୋକାନକୁ ଜିନିଷପତ୍ର କିଣି ପଲିଥିନ୍ ରେ ଆଣିଥିବା ବ୍ୟାଗ୍ କୁ ଏହି ସଚେତନତା ସଭାରେ ଫୋପାଡ଼ି ଦେଇ କପଡ଼ା ବ୍ୟାଗକୁ ବ୍ୟବହାର କରିଥିଲେ ଏବଂ ଭବିଷ୍ୟତରେ ପଲିଥିନ୍ ବ୍ୟାଗ୍ ବ୍ୟବହାର କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଚେତନତା ସ୍ଥଳରେ ପ୍ରବଳ ଜନଗହଳି ହୋଇଥିଲା ଏବଂ ମାର୍କେଟ ବିଲ୍ ଡ଼ିଙ୍ଗକୁ ଆସୁଥିବା ସାଧାରଣ ଲୋକେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top