୨ ଜଣ ଜବାନଙ୍କୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ଖଡିଆଳ/ନୂଆପଡା-୩୧.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ପାତଲଗଙ୍ଗା-ସୁନାମୁଦୀ ଛକ ନିକଟରେ କିଛି ଯବାନଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଜବାନ ମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଜଣକୁ ବୋଡେନ ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ଜଣକୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟ ଜଣକୁ ବୁର୍ଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନା ମତେ ୨ ଜଣ ଜବାନ ଜଣେ ଏସଓଜି ଏବଂ ଅନ୍ୟଜଣେ ସିଆରପିଏଫ ଜବାନ ବୋଡେନ ଠାରେ ଥିବା ଏଟିଏମକୁ ଟଙ୍କା କରି ଖଡୁପାଣି ସ୍ଥିତ କ୍ୟାମ୍ପକୁ ଫେରୁଥିବା ବେଲେ ପାତଲଗଙ୍ଗା-ସୁନାମୁଦୀ ଛକ ନିକଟରେ ଗ୍ରାମବାସୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ସେମାନଙୁ ନୂଆପଡା ଏବଂ ବୁର୍ଲା ସ୍ତାନାନ୍ତର କରାଯାଇଥିବା ଖଡିଆଳ ଏସଡିପଡଓ ଡଃ ବେବୀତା ମଞରୀ ନାଏକ ପ୍ରକାଶ କରିଛନ୍ତି। ଖଡୁପାଣି ଠାରେ ଥିବା କ୍ୟାମ୍ପକୁ ଗ୍ରାମବାସୀ ମାନେ ବିରୋଧ କରିଆସୁଥିବାରୁ ଏପରି ଆର୍କମଣ ହୋଇଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *