ad
ଗଞ୍ଜାମ

୨ କିଡନି ଫେଲ, ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଶିକ୍ଷକ

କୋଦଳା : ୧୨/୦୨ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବେଗୁନିଆପଡ଼ା ବ୍ଳକର କେ ଆର୍ ଲଚ୍ଛିପୁର ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷା ସହାୟକ ଉମେଶଚନ୍ଦ୍ର ବେହେରା କିଡ଼ନୀ ରୋଗରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନ ମିଳିବା ଚିନ୍ତାର କାରଣ ପାଲଟିଛି। ଶେଷରେ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମର ସହଯୋଗ ଲୋଡିବା ସହ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲା ବେଳେ ବାପା ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ୨୦୧୮ ରୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ ଉମେଶ। କିଛି ଦିନ ଧରି ଶରୀର ଅସୁସ୍ଥତା ଅନୁଭବ କରିବା ପରେ ପ୍ରଥମେ କୋଦଳା ଓ ପରେ ପରେ ଭୂବନେଶ୍ବର ସମ୍ ହସ୍ପିଟାଲ ରେ ବର୍ତ୍ତମାନ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ସରକାରୀ ସହାୟତା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ନୂତନ ଭାବେ ଶିକ୍ଷା ସହାୟକରେ ନିଯୁକ୍ତି ହୋଇଥିବାରୁ ଭଲକରି ସରକାରୀ ସୁବିଧା ପ୍ରାପ୍ତ କରି ନାହାଁନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏନେଇ ସହାୟତା ପାଇଁ ଅପିଲ୍ କରିଛନ୍ତି। ବିଭିନ୍ନ ଗଣମାଧ୍ୟମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଉକ୍ତ ଘଟଣାକୁ ସ୍ଥାନ ଦେବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଗଂଜାମ ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତର ଭାବେ ବିଚାରକୁ ନେଇ ପଦକ୍ଷେପ ନେବାକୁ ପରିବାର ଲୋକେ ଦାବି ଜଣାଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top