ଜିଲ୍ଲା ପରିକ୍ରମା

+୨ କଳା ଓ ବାଣିଜ୍ୟରେ ଭଦ୍ରକ ରୟାଲ ଗ୍ରୁପ୍ର ୯୯ ପ୍ରତିଶତ ପାଶ୍ ହାର ସହ ବାଜିମାତ

ଭଦ୍ରକ,୧୦ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) ଆଜି +୨ କଳା ଓ ବାଣିଜ୍ୟର ଫଳାଫଳ ପ୍ରକାଶିତ ହୋଇଛି । ଏଥିରେ ଉତ୍ତର ଓଡ଼ିଶାର ୧ନଂ ଆବାସିକ କଲେଜ ଭାବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ରୟାଲ କଲେଜର ବାଣିଜ୍ୟ ଓ ନୃସିଂହନାଥ ସେକେଣ୍ଡାରୀ ସ୍କୁଲର କଳାର ଫଳ ପ୍ରକାଶିତ ହୋଇଅଛି । ଏଥିରେ କଳାରେ ୧୧୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୨ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧ମ ଶ୍ରେଣୀରେ ୪୭, ୨ୟ ଶ୍ରେଣୀରେ ୪୦ ଓ ୩ୟ ଶ୍ରେଣୀରେ ୨୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଅନୁରୂପ ଭାବେ ବାଣିଜ୍ୟରେ ୬୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ ଜଣ ପ୍ରଥମ, ୨୫ ଜଣ ଦ୍ୱିତୀୟ ଓ ୨୧ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । କଳାରେ ସୁଶ୍ରୀ ରୁଧିରାଣୀ ସାହୁ ସର୍ବାଧିକ ୪୭୫ ନଂ ଓ ବାଣିଜ୍ୟରେ ଧରିତ୍ରୀ ଦାସ ୪୬୮ ନଂ ରଖି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେଥିପାଇଁ କଲେଜର ଶିକ୍ଷକ-ଶିକ୍ଷୟିତ୍ରୀ ସଫଳ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top