ଓଡ଼ିଶା

୨୯ରୁ ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଶାକର୍ମୀମାନଙ୍କର ବିଭିନ୍ନ ଦାବି ପୂରଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆସନ୍ତା ୨୯.୦୧.୨୦୧୮ରିଖ ଠାରୁ ଆଶାକର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଭଦ୍ରକ ଜିଲ୍ଲା ତରଫରୁ ଭଦ୍ରକ ମାଳତୀ ଭବନ ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତି ନିଆ ଯାଇଛି। ଅନୁଷ୍ଠିତ ବୈଠକରେ ଓଡିଶା ରାଜ୍ୟ ସମ୍ପାଦକ ଶାନ୍ତନୁ ମହାପାତ୍ର ଓ ସଂଘର ଜିଲ୍ଳା ସଭାନେତ୍ରୀ କନକଲତା ସୂତାର, ସମ୍ପାଦିକା ଲକ୍ଷ୍ମୀପ୍ରିୟା ରାଉତ, ଉପସଭାନେତ୍ରୀ କନକଲତା ବିଶ୍ୱାଳ, କୋଷାଧ୍ୟକ୍ଷା ଦମୟନ୍ତୀ ନାୟକ, ସୁକାନ୍ତି ସେଠୀ, ମୀନତି ବଳବନ୍ତରାଏ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ୨୦୦୮ ମସିହାଠାରୁ ଜିଲ୍ଲାରେ କାର୍ଯ୍ୟରତ ଆଶାକର୍ମୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ମଧ୍ୟରେ ମାଧ୍ୟମରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସଂଘ ତରଫରୁ ଦାବି ପୁରଣ ପାଇଁ ସ୍ମାରକ ପତ୍ର ପ୍ରଦାନ ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇ ଆସୁଥିଲେ ମଧ୍ୟ ସରକାରଙ୍କ ତରଫରୁ କେବଳ ପ୍ରତିଶୃତି ଛଡା ଅନ୍ୟ କିଛି ମିଳିନାହିଁ। ଅନ୍ୟ ରାଜ୍ୟର ଆଶାକର୍ମୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ସହିତ ମାସିକ ବେତନ ମିଳୁଥିବା ବେଳେ ଆମ ରାଜ୍ୟରେ ତାହା ମିଳୁ ନାହିଁ। ବିଭିନ୍ନ ସମୟରେ ଅନ୍ୟ କାର୍ଯ୍ୟ ସ୍ୱଳ୍ପ ପ୍ରୋତ୍ସାହନ ରାଶିରେ ଲଦି ଦିଆଯାଉଅଛି। ଯେଉଥି ପାଇଁ କି ଆଶାକର୍ମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ତେଣୁ ବାଧ୍ୟ ହୋଇ ଆଶାକର୍ମୀମାନେ ଆସନ୍ତା ୨୯ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ବିଧାନସଭା ସମ୍ମୁଖରେ ଦିବାରାତ୍ର ଧାରଣା ଦେବେ ବୋଲି ସଂଘ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top