୨୮ ରୁ ଫାର୍ମାସିଷ୍ଟଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ସମସ୍ତ ଫାର୍ମାସିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ୫ ଦଫା ଦାବି ପୂରଣ ନେଇ ଧାରଣାରେ ବସିବାକୁ ଘୋଷଣା କରିଛନ୍ତି। ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ଆସୋସିଏସନ୍ ଆହ୍ୱାନ କ୍ରମେ ଭଦ୍ରକ ଜିଲାରେ କାର୍ଯ୍ୟରତ ୫୨ ଜଣ ଫାର୍ମାସିଷ୍ଟ ଏହି ଆନ୍ଦୋଳନରେ ସାମିଲ ହେବାକୁ ଘୋଷଣା କରିଛନ୍ତି। ଭଦ୍ରକ ଜିଲାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କର ଏକ ଜରୁରୀ ବୈଠକ ବସି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫାର୍ମାସିଷ୍ୟଙ୍କ ଗ୍ରେଡ୍ ପେ ଦୀର୍ଘଦିନ ଧରି କାମ କରୁଥିବା ଅସ୍ଥାୟୀ ଫାର୍ମାସିଷ୍ଟ ମାନଙ୍କୁ ସ୍ଥାୟୀ କରିବା, ବେତନ ଅସଙ୍ଗତି ଦୂର କରିବା, ଏମ୍ଏଚୟୁଆରବିଏସ୍କେ ରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ କରିବା, ସର୍ବୋପରି ନିରାମୟ ଯୋଜନାକୁ ସଫଳ ତଥା ଲୋକାଭିମୁଖୀ କରିବା ସକାଶେ ଗ୍ରୁପ୍ ଡି କର୍ମଚାରୀ ସହାୟକ ଭାବେ ନିଯୁକ୍ତି କରିବା ଆଦି ୫ ଦଫା ଦାବି ନେଇ ଫାର୍ମାସିଷ୍ଟ ମାନେ ଆନ୍ଦୋଳନକୁ ଓହ୍ଲାଉଥିବା ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *