୨୭ ତାରିଖ ମଧ୍ୟ ରାତ୍ରିରେ ହାଣି ଲୁଟିବା ଘଟଣା ! ଜଣକୁ ଗିରଫ ସହ ୩ ବାଇକ ଜବଦ କଲା ପୋଲିସ

– ଏବାବଦରେ ଖନ୍ତାପଡ଼ା ଥାନାରେ ବଲେଶ୍ୱର ଏସପିଙ୍କ ପ୍ରେସମିଟ

ବାହାନଗା/ବାଲେଶ୍ୱର, ୦୭/୦୩(ଓଡିଆ ପୁଅ/ ଭଗବାନ ଦାସ)- ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ଫାଣ୍ଡି ଅଞ୍ଚଳରୁ ୨୭ତାରିଖ ମଧ୍ୟ ରତ୍ରରେ ଦୁର୍ବୁତ ମାନେ ହାଣି ଲୁଟିଥିବାର ଘଟଣାରେ ଖନ୍ତାପଡ଼ା ପୋଳିସକୁ ସଫଳତା ମିଳିଥିବାର ଜଣାପଡ଼ିଛି। ଏବାବଦରେ ଖନ୍ତାପଡ଼ା ଥାନାରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ନୀତି ଶେଖର ଏକ ପ୍ରେସ ମିଟ ଜରିଆରେ ଖୋଲାସା କରିଛନ୍ତି। ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ମିଳିତ ଉଦ୍ୟମରେ ବରିପଦା ଗ୍ରାମର କମଳାକାନ୍ତ ମଳିକଙ୍କ ପୁଅ ଅଜୁ ଓରଫ ଅଜୟ ମଳିକ ଗିରଫ ହେବା ସହ ଆଜି କୋର୍ଟ ଚାଲାଣ ହୋଇଥିବାର ଆଜି ପ୍ରେସମିଟ ଜରିଆରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଅଜୟକୁ ପୋଲିସ ଗତ କାଲି ଗିରଫ କରିବା ସହ ତା ଠାରୁ ସୂଚନା ପାଇ ୩ଟି ବାଇକ ସହ ଏଟିଏମ କାର୍ଡ଼, ପାନ କାର୍ଡ଼, ଓ ପ୍ଲାଷ୍ଟିକ ବନ୍ଧୁକ ଜବଦ କରାଯାଇଥିଲା। ତେବେ ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁଣ୍ଡୁ ମଳିକ ଫେରାର ରହିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ୨୭ତାରିଖ ରାତିରେ ରୁଣ୍ଡୁ ଓ ତାର ସହଯୋଗୀଙ୍କ ଦ୍ୱାରା ୫ଜଣଙ୍କୁ ହାଣି ଟଙ୍କା ସହ ବାଇକ, ମୋବାଇଲ, ଲାପଟପ୍ ଲୁଟି ନେଇଥିଲା। ଏବାବଦରେ ଥାନାରେ ଅଭିଯୋଗ ପରେ ୬୪/୧୮ଓ୬୫/୧୮ ନଂ ମାମଲା ରୁଜୁ ହୋଇ ପୋଲିସ ତଦନ୍ତଦ ଜାରୀ ରଖିଥିଲା। ଅନ୍ୟ ଅଭିଯୁକ୍ତ ମାନେ ଖୁବ ଶିଘ୍ର ଧରାପଡିବେ ବୋଲି ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ସହ ଖନ୍ତାପଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *