ଓଡ଼ିଶା

୨୭% ଆରକ୍ଷଣ ପାଇଁ ପଛୁଆ ବର୍ଗଙ୍କ ଦାବି

ଭୁବନେର, ୧୭। ୫ (ଓଡ଼ିଆ ପୁଅ) ରାଜ୍ୟ ପଛୁଆ ବର୍ଗର ସଭାପତି କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ କଟକଠାରେ ପଛୁଆବର୍ଗର ପ୍ରତିନିଧିମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ନିକଟ ଅତୀତରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗମାନଙ୍କୁ ୨୭% ଆରକ୍ଷଣ ଦିଆନଯାଇ ୧୧.୨୫% ଦିଆଯିବ ବୋଲି ରାୟ ଦିଆଯାଇଥିବାରୁ ଏହା ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ମୋଟ ଆରକ୍ଷଣ ୫୦%ରୁ ଅଧିକ ହେବନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଥିବାରୁ ଓ ଓଡ଼ିଶାରେ ଅନୁସୂଚୀତ ଜନଜାତି ଏବଂ ଅନୁସୂଚୀତ ଜାତିମାନଙ୍କୁ ୩୮.୭୫% ଆରକ୍ଷଣ ଶିକ୍ଷା, ସରକାରୀ ଚାକିରୀରେ ଦିଆଯାଉଥିବାରୁ ପଛୁଆ ବର୍ଗମାନଙ୍କୁ କେବଳ ୧୧.୨୫% ଦିଆଯାଇପାରିବ ବୋଲି ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ଅଥଚ ଓଡ଼ିଶାରେ ପଛୁଆ ବର୍ଗମାନଙ୍କ ସଂଖ୍ୟା ୫୪% ହୋଇଥିଲାବେଳେ ସେମାନଙ୍କୁ ମାତ୍ର ୧୧.୨୫% ଆରକ୍ଷଣ ମିଳୁଛି। ଏହା ପଛୁଆ ବର୍ଗମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି ଓ ସେମାନେ ଏହା ବିରୁଦ୍ଧରେ ପୁଣି ଅଦାଲତ ଯିବେ ବୋଲି ନିଷ୍ପତ୍ତି କରିଛନ୍ତି। ଏଥିପାଇଁ ପଶ୍ଚିମ ଓଡ଼ିଶାର ପଛୁଆ ବର୍ଗମାନଙ୍କ ସହ ପରାମର୍ଶ କରିବାର ନିଷ୍ପତ୍ତି କରାଯାଇଥିଲା।

ଏହି ବୈଠକରେ ଯାଦବ ସମାଜର ଶ୍ରୀଧର ଦାସ, ଅର୍ଜୁନ ମହାଖୁଡ, ଡଃ ନରୋତ୍ତମ ଚରଣ ସାହୁ, ବଣିଆ ସମାଜର ସଂଜୟ ମହାରଣା, ଶ୍ୟାମସୁନ୍ଦର ଦାସ, ମଧୁ ବୈଶ୍ୟ ସମାଜର ଦେବେନ୍ଦ୍ର ସାହୁ, ଆଡଭୋକେଟ ପ୍ରଶାନ୍ତ କୁମାର ସାହୁ ତଥା ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଗବାହନ ଐର ଖାରବେଳ ସ୍ୱାଇଁ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top