ଓଡ଼ିଶା

୨୬ଟି ଜିଲ୍ଲାରେ ପାର୍ଟିର ନିଜସ୍ୱ ନୂତନ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହା

– ଗତ କାଲି ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଭୁମି ପୂଜନ କାର୍ଯ୍ୟକ୍ରମ
– ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲାମାନଙ୍କରେ ପାଇଁ ମଧ୍ୟ ନିଜସ୍ୱ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ

ଭୁବନେଶ୍ୱର, ତା.୦୬/୦୪ (ଓଡ଼ିଆ ପୁଅ): ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିଷ୍ପତି ଅନୁଯାୟୀ ଦେଶର ସମସ୍ତ ଜିଲ୍ଲାମାନଙ୍କରେ ନିଜସ୍ୱ କାର୍ଯ୍ୟାଳୟ ଗୃହ ରହିବ। ଏହି ନିଷ୍ପତି ଅନୁଯାୟୀ ରାଜ୍ୟର ମଧ୍ୟ ସମସ୍ତ ଜିଲ୍ଲାମାନଙ୍କରେ ପାର୍ଟିର ନିଜସ୍ୱ କାର୍ଯ୍ୟାଳୟ ଗୃହ ପ୍ରତିଷ୍ଠା ହେବ। ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଅବସରରେ ଗତ କାଲି ବଲାଙ୍ଗୀରଠାରେ ଏକକାଳୀନ ୨୬ଟି ଜିଲ୍ଲା ପାଇଁ ଭୁମି ପୂଜନ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର, କଳାହାଣ୍ଡି, ବରଗଡ, ସମ୍ବଲପୁର, ନୂଆପଡା, ବୈାଦ୍ଧ, ସୋନପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଗଂଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଜିଲ୍ଲାର ନୂତନ କାର୍ଯ୍ୟାଳୟ ଗୃହ ପାଇଁ ଭୁମି ପୂଜନ କରାଯାଥିଲା। ଏହି ଅବସରରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ ସୈାଦାନ ସିଂହ, ଅନ୍ୟତମ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡ.ଅନିଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top