କୋରାପୁଟ

୨୫ ରୁ ୨୮ ମଧ୍ୟରେ ବିଜେପିର ମହିଳା ସୁରକ୍ଷା ରଥ କୋରାପୁଟରେ ଭ୍ରମଣ କରିବ- ଶ୍ରୀ ମିଶ୍ର, ଜିଲ୍ଲା ସଭାପତି

କୋରାପୁଟ ; ତା୧୪-୦୫-୧୭(ଓଡିଆପୁଅ /ରଂଜନ କୁମାର ଦାସ)ରାଜ୍ୟ ବିଜେପିର ମହିଳା ସୁରକ୍ଷା ଯାତ୍ରା ଆସନ୍ତା ୧୭ ତାରିଖଠାରୁ ଆରମ୍ଭ ହେବାକୁ ଥିବା ବେଳେ ସ୍ଥାନୀୟ ଅତିଥିଭବନଠାରେ ଜିଲ୍ଲା ବିଜେପିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ଯୋଗଦେଇ ମହିଳା ସୁରକ୍ଷା ଯାତ୍ରାକୁ ସଫଳ କରିବାକୁ ଉପସ୍ଥିତ ନେତା ତଥା କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ। ଆସନ୍ତା ୨୫ ରୁ ୨୮ ତାରିଖ ମଧ୍ୟରେ ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀକୁ ଉକ୍ତ ମହିଳା ସୁରକ୍ଷା ଯାତ୍ରା ରଥ ଭ୍ରମଣ କରି ୨୦ ମିନିଟ ପଥପ୍ରାନ୍ତ ସଭା ଆୟୋଜନ କରି ଉପସ୍ଥିତ ମହିଳାଙ୍କୁ ନିଜର ଅଧିକାର ଓ ସୁରକ୍ଷା ସଂପର୍କରେ ବାର୍ତ୍ତା ଦିଆଯିବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ଉପସ୍ଥାପନା କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। କୋରାପୁଟ ସଦର ମହକୁମାଠାରେ ୫ ହଜାର ଲୋକଙ୍କୁ ନେଇ ଏକ ସାଧାରଣ ସଭାର ଆୟୋଜନ କରାଯିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ।ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ଭଗବାନ ପେଣ୍ଠିଆ, ଜୟରାମ ଗରଡା, ଦେବେନ୍ଦ୍ର ମହାନ୍ତି, ଲଲିତ ଅଗ୍ରଓାଲ, ଅନୁପ ପାତ୍ର, ଅରୁଣଭଟ୍ଟ ମିଶ୍ର, ଝରଣା ଦାସ, ରଜନୀ ପାଙ୍ଗୀ, ଅକ୍ଷୟ କୁମାର ସାହୁ, ସନ୍ତୋଷ ଦାସ, ଅଶ୍ୱିନୀ ପଟନାୟକ, ଶେଖର ପଟନାୟକ, ବିଜୁ ଦଳେଇ, ପିଣ୍ଡୁ ନାୟକ ପ୍ରମୁଖ ନେତା ଓ କର୍ମି ଯୋଗଦେଇଥିଲେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top