ଓଡ଼ିଶା

୨୫ ରୁ ବନ୍ଦ ହେବ ପାନୀୟ ଜଳ ଯୋଗାଣ

ପୁରୀ:୨୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ୨୫ତାରିଖ ମଧ୍ୟରାତ୍ରରୁ ପାନୀୟ ଜଣଯୋଗାଣ ବନ୍ଦ କରାଯିବ। ଜନସାଧାରଣ ଏଥିରେ ସହଯୋଗ କରିବାକୁ ନିବେଦନ କରିଛି ଶ୍ରୀକ୍ଷେତ୍ର ଜନସ୍ୱାସ୍ଥ୍ୟ ଶ୍ରମିକ ସଂଘ। ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ଦିକ୍ଷିତ୍, ସୁବାସ ସାହୁ, ନବାବ ଅଲ୍ଲୀଖାଁ, ଅଭିମନ୍ୟୁ ବେହେରା, ଦେବୀ ପ୍ରସାଦ ଧଳ, ପ୍ରକାଶ ଦାଶ, ବିଭୁ ପ୍ରସାଦ ମିଶ୍ର ପ୍ରମୁଖ ସୂଚନା ଦେଇ କହିଲେ ଯେ, ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ଜଳଯୋଗାଣ କ୍ଷେତ୍ରରେ ଦୀର୍ଘ ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ୨୦୭୮ଜଣ ନିୟମିତ ଶ୍ରମିକ କର୍ମଚାରୀଙ୍କ ସ୍ଥାୟୀ ନିୟୁକ୍ତି ଦାବିରେ ୨୦୦୨ ମସିହା ଠାରୁ ସଂଘ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏହାର ପ୍ରତିବାଦରେ ଦୀର୍ଘ ୧୦୦ଦିନ ଧରି ଲୋୟର ପି.ଏମ୍.ଜି ରେ ଆମରଣ ଅନଶନ ଓ ଗଣ ସତ୍ୟାଗ୍ରହ ଚାଲି ଆସୁଥିଲେ ମଧ୍ୟ ସରକାରୀ କର୍ତ୍ତୃପକ୍ଷ କର୍ମଚାରୀ ସଂଗ ସହିତ କୈାଣସି ଆଲୋଚନା କରିନାହାନ୍ତି। ତେଣୁ ଆଗାମୀ ୨୫ତାରିଖ ମଧ୍ୟରାତ୍ରର ସହରରେ ପାନୀୟଜଳ ଯୋଗାଣ ବନ୍ଦ ରହିବ ବୋଲି କର୍ମଚାରୀ ସଂଘ ନେତା କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top